
କୋରାଇ, ୨୭ ଅକ୍ଟୋବର (ହି.ସ.)- ପାଣିକୋଇଲି ଥାନା ଅନ୍ତର୍ଗତ କରଦା ପଂଚାୟତର ରାଣିଗୋଡା ଗ୍ରାମର ଉର୍ମିଳା ପାତ୍ର (୩୨) ନାମକ ଜଣେ ମହିଳା ଆଜି ଦିନ ୧୧ଟା ସମୟରୁ ଘରୁ ନିଖୋଜ ଅଛନ୍ତି । ପାରିବାରିକ କଳହରୁ ଘରୁ ରାଗି ପଳାଇଛନ୍ତି । ଯଦି କେହି ମହିଳାଙ୍କ ସନ୍ଧାନ ପାଆନ୍ତି ପାଣିକୋଇଲି ପୁଲିସ ବା ତାଙ୍କ ପରିବାରକୁ ଜଣାଇବାକୁ ଅନୁରୋଧ କରାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ