ମୂଳାପାଳ ପଂଚାୟତରେ ଯାଦବ ସମ୍ମିଳନୀ
କୋରାଇ, ୨୭ ଅକ୍ଟୋବର (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଂଚାୟତର ଶାଳବା ଗ୍ରାମରେ ଉତ୍କଳ ଯାଦବ ମହାସଭା ପକ୍ଷରୁ ଏକ ସମ୍ମିଳନୀ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କୋରେଇ ବ୍ଲକ ସଭାପତି ନିରଂଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ଗଣେଶ୍
ମୂଳାପାଳ ପଂଚାୟତରେ ଯାଦବ ସମ୍ମିଳନୀ


କୋରାଇ, ୨୭ ଅକ୍ଟୋବର (ହି.ସ.)- କୋରେଇ ବ୍ଲକ ଅନ୍ତର୍ଗତ ମୂଳାପାଳ ପଂଚାୟତର ଶାଳବା ଗ୍ରାମରେ ଉତ୍କଳ ଯାଦବ ମହାସଭା ପକ୍ଷରୁ ଏକ ସମ୍ମିଳନୀ ସୋମବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି । କୋରେଇ ବ୍ଲକ ସଭାପତି ନିରଂଜନ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଭାବେ ଜିଲ୍ଲା ସଭାପତି ଗଣେଶ୍ୱର ଦାସ ଯୋଗଦେଇଥିଲେ । ଅନ୍ୟତମ ଅତିଥିଭାବେ ଜିଲ୍ଲା ସଂଗଠନ ସମ୍ପାଦକ ଭରତ ଦାସ ଉପଦେଷ୍ଟା ନାରାୟଣ ବେହେରା ପ୍ରମୁଖ ଯାଦବ ସଂଗଠନକୁ ମଜବୁତ ପାଇଁ ବିଭିନ୍ନ ପ୍ରସ୍ଥାବ ଦେଇଥିଲେ । ଉକ୍ତ ସଭାରେ ମୂଳାପାଳ ପଂଚାୟତର ସଭାପତିଭାବେ ନିରଂଜନ ଭୂତିଆ, ଯୁବ ସଭାପତି ଭାବେ ସଦାନନ୍ଦ ଭୂତିଆଙ୍କୁ ସର୍ବ ସମ୍ମତି କ୍ରମେ ମନୋନୀତ କରାଯାଇଥିଲା । ବିଜୟ ଭୂତିଆ, ବନ୍ଦାଳୋର ଗଙ୍ଗାଧର ପଡିଆରୀ, ଅଜୟ ବେହେରା, ସୁଧାକର ଭୂତିଆ, ମଦନ ମୋହନ ଭୂତିଆ, ବନମାଳୀ ଭୂତିଆ, ହରିହର ଭୂତିଆ, ନଟବର ଭୂତିଆ, କୀର୍ତନ ଭୂତିଆ ଆଦି ବିଭିନ୍ନ ସମସ୍ୟା ଓ ସଂଗଠନ ସର୍ମ୍ପକରେ ଆଲୋଚନାରେ ଭାଗନେଇଥବବା ବେଳେ ଶତାଧିକ ଯାଦବ ଭାଇ ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande