
କେନ୍ଦ୍ରାପଡ଼ା, ୨୭ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷା ବିଭାଗ ଅଧୀନ ତାରାଣ୍ଡୋ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କ୍ଲଷ୍ଟର ଅଧୀନରୁ ୧୨ଟି ବିଦ୍ୟାଳୟରୁ ୨୦୧ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଜ୍ୟୋସ୍ନା ରାଣୀ ଦାଶ, ସୋମନାଥ ମହାପାତ୍ର, ଅଶୋକ କୁମାର ସାହୁ, ମାନଭଞ୍ଜନ ପ୍ରଧାନ, କନକ ଓଝା, କମଳାକାନ୍ତ ସାମନ୍ତରାୟ, ମିର ଅସକତର ଅଲ୍ଲୀ ଆଦି ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ହୋଇ ଛାତ୍ରଛାତ୍ରୀ ମାନଙ୍କୁ ସକ୍ରିୟ ଅଂଶଗ୍ରହଣ ପାଇଁ ପ୍ରୋଛାହିତ କରିଥିଲେ। ଦିନର ଦ୍ୱିତୀୟ ଅଧିବେଶନ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବାରୋ ସରପଂଚ ଗୋପୀନାଥ ମଲ୍ଲିକ, ସମ୍ମାନିତ ଅତିଥିଭାବେ ପରିଚାଳନା କମିଟିର ସଭାପତି ରମେଶ ଚନ୍ଦ୍ର ପ୍ରଧାନ, ପ୍ରଭଞ୍ଜନ ଆଚାର୍ଯ୍ୟ, ବନ୍ଦନା ପାଣି, ବାବାଜୀ ପ୍ରଧାନ ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ପାରଦର୍ଶିତା ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ରବି