ଶୁଣିଲାଣି ପ୍ରଶାସନ; ରାସ୍ତାରେ ପଡିଥିବା ଅଳିଆକୁ ନିଜ ଖର୍ଚ୍ଚରେ ସଫାକଲେ ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ
ମାଲକାନଗିରି, ୨୭ ଅକ୍ଟୋବର (ହି.ସ.)- ଅଞ୍ଚଳକୁ ସଫା ସୁତୁରା ରଖିବା ନିମନ୍ତେ ସରକାରଙ୍କ ତରଫରୁ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରର ରାସ୍ତା କଡରେ ବହୁଦିନ ଧରି ଗଦାହୋଇ ରହିଥିଲା ଅଳିଆ ଆବର୍ଜନା। ଏ
ଶୁଣିଲାଣି ପ୍ରଶାସନ ରାସ୍ତାରେ ପଡିଥିବା ଅଳିଆକୁ ନିଜ ଖର୍ଚ୍ଚରେ ସଫାକଲେ ଉତ୍କଳ ସାମ୍ବାଦିକ ସଙ୍ଘ ସଦସ୍ୟ।


ମାଲକାନଗିରି, ୨୭ ଅକ୍ଟୋବର (ହି.ସ.)- ଅଞ୍ଚଳକୁ ସଫା ସୁତୁରା ରଖିବା ନିମନ୍ତେ ସରକାରଙ୍କ ତରଫରୁ ବହୁ ଅର୍ଥ ଖର୍ଚ୍ଚ ହେଉଥିବା ବେଳେ, ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସଦର ମହକୁମା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ ମିଟର ଦୂରର ରାସ୍ତା କଡରେ ବହୁଦିନ ଧରି ଗଦାହୋଇ ରହିଥିଲା ଅଳିଆ ଆବର୍ଜନା। ଏହାକୁ ନେଇ ବିଭିନ୍ନ ସମୟରେ ସ୍ଥାନୀୟ ପଞ୍ଚାୟତ ପ୍ରଶାସନ ସହିତ ବ୍ଲକ ଅଧିକାରିଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଆଜି ବାଧ୍ୟ ହୋଇ ବ୍ଲକ ଉତ୍କଳ ସାମ୍ବାଦିକ ସଂଘ ସଦସ୍ୟ ମାନେ ନିଜ ଖର୍ଚ୍ଚରେ ଠେଲା ଗାଡି ସାହାଯ୍ୟରେ ପଡି ରହିଥିବା ଅଳିଆକୁ ସଫା କରିଥିଲେ।

ସୂଚନା ଥାଉକି, ଉକ୍ତ ରାସ୍ତାଟି ବ୍ଲକ ସଦର ମୁଖ୍ୟ ରାସ୍ତା ହନୁମାନ ମନ୍ଦିର ଠାରୁ ବ୍ଲକ ଅଧୀନ କ୍ଲଷ୍ଟର ବିଲଡିଙ୍ଗକୁ ଯିବା ଆସିବା କରିବାର ମୁଖ୍ୟ ରାସ୍ତା। ଉକ୍ତ କ୍ଲଷ୍ଟର ବିଲିଡିଙ୍ଗରେ ପ୍ରାୟ ୧୦ରୁ ଅଧିକ ବ୍ଲକ ସ୍ତରୀୟ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସରକାରୀ କର୍ମଚାରି ନିଜ ପରିବାର ସହିତ ରହିଥିବା ବେଳେ ସବୁ ଦିନ କର୍ମଚାରି ମାନେ ନିଜ ନିଜ କାର୍ଯ୍ୟାଳୟକୁ ଯିବା ଆସିବା କରିବା ସହିତ ସେମାନଙ୍କର ଛୋଟ ଛୋଟ ପୁଅ ଝିଅଙ୍କୁ ସେହି ଅଳିଆ ଆବର୍ଜନା ରାସ୍ତା ଦେଇ ସ୍କୁଲକୁ ମଧ୍ୟ ନେବା ଆଣିବା କରିଥାନ୍ତି। ହେଲେ ମଧ୍ୟ ସେହି ରାସ୍ତାରେ ପଡିଥିବା ଆବର୍ଜନା କାହା ନଜରରେ ପଡୁନଥିଲା। ମୁଖ୍ୟ ରାସ୍ତାର ଅବସ୍ଥା ଯଦି ଏପରି ଭିତରେ ରାସ୍ତାର କଥା ପଚାରେ କିଏ । ଏଣୁ ଆଜି ଉତ୍କଳ ସାମ୍ବାଦିକ ସଂଘର ସଦସ୍ୟ ମାନେ ନିଜ ଖର୍ଚ୍ଚରେ ଗାଡି ଲଗାଇ ସଫା କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande