ବାତ୍ୟା ସଚେତନତା ଓ ମାଗଣା ସ୍ୱାସ୍ଥ୍ୟ ଶିବିର
ଗଞ୍ଜାମ, ୨୭ ଅକ୍ଟୋବର(ହି.ସ.) – ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ବନ୍ୟା ଓ ବାତ୍ୟା ସଚେତନା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ୱାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବନ୍ୟା ଓ ବାତ୍ୟା ସମୟରେ ଝରକା କବାଟ ବନ୍ଦ ରଖନ୍ତୁ, ନତ
ବାତ୍ୟା ସଚେତନତା ଓ ସ୍ଵାସ୍ଥ୍ୟ ଶିବିର


ଗଞ୍ଜାମ, ୨୭ ଅକ୍ଟୋବର(ହି.ସ.) – ବ୍ରହ୍ମପୁର ହରିହର ନଗର ସ୍ଥିତ ଭରଦ୍ୱାଜ ପ୍ରତିଷ୍ଠାନ ଠାରେ ବନ୍ୟା ଓ ବାତ୍ୟା ସଚେତନା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଭରଦ୍ୱାଜ ପ୍ରତିଷ୍ଠାନର ଅଧ୍ୟକ୍ଷ ଡା.ନକୁଳ ସାହୁ ଉପସ୍ଥିତ ରହି କହିଲେ ବନ୍ୟା ଓ ବାତ୍ୟା ସମୟରେ ଝରକା କବାଟ ବନ୍ଦ ରଖନ୍ତୁ, ନତୁବା ଧୂଳିକଣା, ଜଳକଣା, କୀଟ ପତଙ୍ଗ, ଛିଣ୍ଡା ପତ୍ର, କାଠ ଉଡ଼ିଆସି ନାକ କାନରେ ପଶିବ। ଘରେ ରଖିଥିବା ଖାଦ୍ୟ ଜଳ ଘୋଡ଼ାଇ ରଖନ୍ତୁ। ବାହାରକୁ ବାହାନ୍ତୁ ନାହିଁ, ଗଛ ଡାଳ, ଭଙ୍ଗା ଟିଣ ଉପରେ ପଡ଼ି କ୍ଷତ ହେବ, ସର୍ପ ବିଛୁ, କୀଟ ପତଙ୍ଗ କାମୁଡ଼ିବେ ଶୀଘ୍ର ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ବନ୍ୟା ଓ ବାତ୍ୟା ପରେ ଦୂଷିତ ଜଳ ଖାଦ୍ୟ ଖୁଆନ୍ତୁ ନାହିଁ, ଜ୍ୱର ଝାଡ଼ା ହେବ। ଫୁଟା ପାଣି ଗରମ ଖାଦ୍ୟ ଖାଆନ୍ତୁ।

ଏହି ଅବସରରେ ରୋଗୀଙ୍କ ରକ୍ତଚାପ, ରକ୍ତ ଶର୍କରା, ଗଣ୍ଠିବାତ, ସ୍ନାୟୁ ରୋଗ ଅମ୍ଳପିତ, ସ୍ତ୍ରୀରୋଗ ଆଦି ବିଭିନ୍ନ ରୋଗର ପରୀକ୍ଷା କରି ଚିକିତ୍ସା ପରାମର୍ଶ ଔଷଧ ବିତରଣ କରାଯାଇଥିଲା। ଶିବିରର ପରିଚାଳନାରେ ସହଯୋଗ କରିଥିଲେ କେ. ରବି କୁମାର ପାତ୍ର।

ହିନ୍ଦୁସ୍ଥାନ ସମାଚାର/ହୃଷିକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ


 rajesh pande