ଭକ୍ତ ଦାସ ସାଂସଦ ଥିବାବେଳେ ବିକାଶର ସ୍ୱାଦ ଚାଖିଥିଲା ନୂଆପଡ଼ା - କଂଗ୍ରେସ
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ନୂଆପଡାରେ ଏକ ବିଚିତ୍ର ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଓ ବିଜେଡି ଉଭୟ ପୋଷ୍ଟରରେ ସ୍ୱର୍ଗତ ବିଧାୟକ ରାଜୁ ଢୋଲାକିଆଙ୍କ ଫଟୋ ବ୍ୟବହାର କରୁଛନ୍ତି । ପ୍ରକୃତରେ ସେ କାହାର ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଜନସମାଗମ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କ
ଭକ୍ତ ଦାସ ସାଂସଦ ଥିବାବେଳେ ବିକାଶର ସ୍ୱାଦ ଚାଖିଥିଲା ନୂଆପଡ଼ା - କଂଗ୍ରେସ


ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ନୂଆପଡାରେ ଏକ ବିଚିତ୍ର ରାଜନୈତିକ ପରିସ୍ଥିତି ସୃଷ୍ଟି ହୋଇଛି । ବିଜେପି ଓ ବିଜେଡି ଉଭୟ ପୋଷ୍ଟରରେ ସ୍ୱର୍ଗତ ବିଧାୟକ ରାଜୁ ଢୋଲାକିଆଙ୍କ ଫଟୋ ବ୍ୟବହାର କରୁଛନ୍ତି । ପ୍ରକୃତରେ ସେ କାହାର ତାକୁ ନେଇ ସାଧାରଣରେ ଆଲୋଚନା ହେଉଛି। ଜନସମାଗମ ନ ହେବାରୁ ମୁଖ୍ୟମନ୍ତ୍ରୀଙ୍କ ସଭା ଭଣ୍ଡୁର ହେଲା । କାରଣ ବିଜେଡିରେ ଥିବା ସ୍ୱର୍ଗତ ରାଜୁ ଢୋଲକିଆଙ୍କ ପୁତ୍ରଙ୍କୁ ବିଜେପି ପ୍ରାର୍ଥୀ କରିଥିବାରୁ ବିଜେପି ଦଳରେ ଘୋର ଅସନ୍ତୋଷ ଏବଂ କର୍ମୀ ସହଯୋଗ କରୁନାହାନ୍ତି । ସ୍ଥାନୀୟ କର୍ମୀଙ୍କ ନିରୁତ୍ସାହ ପାଇଁ ଛତିଶଗଡ ନେତାଙ୍କୁ ଆସି ପ୍ରଚାର କରିବାକୁ ପଡୁଛି । ବିଜେଡି ଚଳାଉଥିବା ବ୍ୟକ୍ତି ଓ ବିଜେପି ମଧ୍ୟରେ ସାଲିସ ହୋଇଛି ସେମାନେ ବନ୍ଧୁତ୍ୱପୂର୍ଣ ଲଢେଇ କରୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଜଣେ ଆଦିବାସୀ ଏବଂ ନିର୍ବିବାଦୀୟ ସର୍ବମାନ୍ୟ ନେତା । ୪ ଥର ନିର୍ବାଚନ ଲଢ଼ି ଭୋଟ ସଂଖ୍ୟା ବୃଦ୍ଧି ପାଇଛି ଗତ ନିର୍ବାଚନରେ ୫୧ ହଜାର ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ଥିଲେ । ଜିଲ୍ଲାରେ ମୋଟ ୪୦% ଆଦିବାସୀ ଥିବାବେଳେ ବିଜେଡି ବିଜେପି ଆଦିବାସୀ ଜଣଙ୍କୁ ପ୍ରାର୍ଥୀ କରି ପାରିଲା ନାହିଁ । କିନ୍ତୁ କଂଗ୍ରେସ ରାହୁଳ ଗାନ୍ଧୀଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ବଦ୍ଧପରିକର । ଆମେ ଆଦିବାସୀ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଟିକେଟ ଦେଇଛୁ ବୋଲି ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ନାରୀ, ଶ୍ରମିକ, ଆଦିବାସୀ ଦଳିତ, ବେକାରୀ ଓ କୃଷକଙ୍କ ସାମାଜିକ ନ୍ୟାୟ ପ୍ରତିଷ୍ଠା ଓ ବିକାଶ ହେଉଛି କଂଗ୍ରେସର ମୁଦ୍ଦା । ବିଜେପି ବିଜେଡିଙ୍କ ପାଖରେ କୌଣସି ମୁଦ୍ଦା ନାହିଁ । ଅବିଭକ୍ତ କଳାହାଣ୍ଡି ଜିଲ୍ଲା ୧୯୬୬ ମସିହା ବେଳକୁ ଏକ ଦୁର୍ଭିକ୍ଷ ପ୍ରପୀଡ଼ିତ ଅଞ୍ଚଳ ଥିଲା । ସେଠାକୁ ଇନ୍ଦିରା ଗାନ୍ଧୀଙ୍କ ସମେତ ସମସ୍ତ ଦଳର ନେତା, ସମାଜସେବୀ, ବିଦେଶୀ ସାମ୍ବାଦିକ ପରିଦର୍ଶନ କରୁଥିଲେ। ତାପରେ ଆରମ୍ଭ ହେଲା ନୂଆପଡା କଳାହାଣ୍ଡିର ବିକାଶ ଯାତ୍ରା । କଳାହାଣ୍ଡି, ବଲାଙ୍ଗୀର କୋରାପୁଟକୁ କେବିକେ ଯୋଜନା ଅନ୍ତର୍ଗତ ସ୍ୱତନ୍ତ୍ର ଆର୍ôଥକ ପ୍ୟାକେଜର ଆରମ୍ଭ, ଇନ୍ଦ୍ରାବତୀ ଓ ପତୋରା ଭଳି ବୃହତ ଜଳସେଚନ ଭିତ୍ତିକ ଡ୍ୟାମ । ଆଜି ମରୁଡି ଅଞ୍ଚଳ ଶସ୍ୟ ଶ୍ୟାମଳା ହୋଇଛି । କେବଳ ପତୋରା ଡ୍ୟାମ ୬୦ ହଜାର ଏକର ଜମି ଜଳସେଚିତ କରୁଛି । ଏସବୁ ଇନ୍ଦିରା ଗାନ୍ଧୀଙ୍କ ନିଷ୍ପତ୍ତି ଯୋଗୁଁ ସମ୍ଭବ ହୋଇଛି।

ୟୁପିଏ ସରକାର ସମୟରେ ଶିକ୍ଷା ସ୍ୱାସ୍ଥ୍ୟ, ଜଳସେଚନ, ବିଜୁଳୀ ଓ ରାସ୍ତାଘାଟକୁ ପ୍ରାଧାନ୍ୟ ଦିଆଯାଇ ଅନେକ ବିକାଶମୂଳକ କାମ କରାଯାଇଛି । ଆମେ ବିରୋଧୀ ବିଜେଡି ବିଜେପିଙ୍କୁ ଆହ୍ୱାନ କରୁଛୁ ଏକ ମୁହାଁମୁହିଁ ଆଲୋଚନା ପାଇଁ । କଂଗ୍ରେସ ସରକାର ସମୟରେ କଣ ବିକାଶ ହୋଇଥିଲା ଏବଂ ଗତ ୨୫ ବର୍ଷର ବିଜେଡି ବିଜେପି ଓ ଡବଲ ଇଞ୍ଜିନ ଶାସନରେ କଣ ବିକାଶ କରିଛନ୍ତି । ସାଧାରଣ ଜନତା ନିର୍ଣ୍ଣୟ କରିବେ କାହା ସମୟରେ ପ୍ରକୃତ ବିକାଶ ହୋଇଥିଲା । କଂଗ୍ରେସର ବିଜୟ ହେବ କୌଣସି ଚୋରୀ କିମ୍ବା ଅପପ୍ରଚାର କାମ ଦ୍ୱେନାହିଁ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକଙ୍କ ସହିତ ପିସିସିର ବରିଷ୍ଠ ମୁଖପାତ୍ର ରଜନୀ କୁମାର ମହାନ୍ତି ଓ ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande