
ଭୁବନେଶ୍ୱର, 27 ଅକ୍ଟୋବର (ହି.ସ.)- 'ଶ୍ରୀ ଜାଗେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି,
ମୁଦିପଡ଼ା'ର ସଭାପତି ଶ୍ରୀ ଜଗଦୀଶ ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ
ପ୍ରକାଶ କରିଛନ୍ତି । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ସମ୍ବଲପୁରର
'ଶ୍ରୀ ଜାଗେଶ୍ୱର ବାବା ଶୀତଳଷଷ୍ଠୀ ଯାତ୍ରା କମିଟି,
ମୁଦିପଡ଼ା'ର ସଭାପତି ଶ୍ରୀ ଜଗଦୀଶ ପଣ୍ଡାଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ ।
ମୁଦିପଡ଼ାର ପାରମ୍ପରିକ ଶୀତଳଷଷ୍ଠୀ ଯାତ୍ରାକୁ ଆଗେଇ ନେବାରେ ତାଙ୍କର ଅବଦାନ ଥିଲା ଅତୁଳନୀୟ ।
ତାଙ୍କର ବିୟୋଗ ମୁଦିପଡ଼ା ସମେତ ସମ୍ବଲପୁର ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି
କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା