ସାଧୁତା, ସ୍ୱଚ୍ଛତା ଓ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସ୍ୱାସ୍ଥ୍ୟ ବିଭାଗରେ ଶପଥ ପାଠ
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ସାଧୁତା ଓ ସ୍ୱଚ୍ଛତା ସଚେତନତା ସପ୍ତାହ ଉପଲକ୍ଷେ ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସାମୂହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଶାସନ ସଚିବ ଅଶ୍ୱତୀ ଏସ୍‌. ଙ୍କ ନେତୃତ୍ୱରେ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନେ ସମବେତ ହୋଇ ଶପଥ ପାଠ କ
ସାଧୁତା, ସ୍ୱଚ୍ଛତା ଓ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଉପଲକ୍ଷେ ସ୍ୱାସ୍ଥ୍ୟ ବିଭାଗରେ ଶପଥ ପାଠ


ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ସାଧୁତା ଓ ସ୍ୱଚ୍ଛତା ସଚେତନତା ସପ୍ତାହ ଉପଲକ୍ଷେ ସୋମବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ସାମୂହିକ ଶପଥ ପାଠ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଶାସନ ସଚିବ ଅଶ୍ୱତୀ ଏସ୍‌. ଙ୍କ ନେତୃତ୍ୱରେ ବିଭାଗର ସମସ୍ତ ପଦାଧିକାରୀ ଓ କର୍ମଚାରୀମାନେ ସମବେତ ହୋଇ ଶପଥ ପାଠ କରିଥିଲେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଚ୍ଚୋଟତା ଅବଲମ୍ବନ ସହ ଆଇନର ଶାସନକୁ ଅନୁପାଳନ କରିବା, ସମସ୍ତ କାର୍ଯ୍ୟକୁ ଉତରଦାୟିତ୍ୱତା, ସାଧୁତା ଓ ସ୍ୱଚ୍ଛତାର ସହ ସମ୍ପାଦନ କରିବା, ବ୍ୟକ୍ତିଗତ ଆଚରଣରେ ଦୃଷ୍ଟାନ୍ତମୂଳକ ସାଧୁତା ବଜାୟ ରଖିବା ଏବଂ ଦୁର୍ନୀତି ସମ୍ପର୍କିତ କୌଣସି ଘଟଣା ଜାଣିବା ମାତ୍ରେ ଉପଯୁକ୍ତ କର୍ତୃପକ୍ଷଙ୍କୁ ଅବଗତ କରାଇବା ନିମନ୍ତେ ସମସ୍ତ ଶପଥ ପାଠ କରିଥିଲେ।

ବିଭାଗୀୟ ଭିଜିଲାନ୍ସ ଅଧିକାରୀ ବିଜୟ କୁମାର ଦାଶ, ସ୍ୱତନ୍ତ୍ର ଶାସନ ସଚିବ ଡ଼ାକ୍ତର ବିଜୟ କୁମାର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଗୌରହରି ବେହେରାଙ୍କ ସମେତ ସମସ୍ତ ପଦସ୍ଥ ଅଧିକାରୀ ଏବଂ କର୍ମଚାରୀମାନେ ସାମୂହିକ ଭାବେ ଶପଥ ପାଠ କରିଥିଲେ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande