ସମୁଦ୍ର ଅଶାନ୍ତ, ଜିଲ୍ଲା ପ୍ରଶାସନର ହାଇଆଲର୍ଟ
ପୁରୀ, ୨୭ ଅକ୍ଟୋବର (ହି.ସ.)- ପୁରୀ ସମୁଦ୍ର ଅଶାନ୍ତ । ବଡ ବଡ ଲହଡି କୂଳ ଲଙ୍ଘୁଛି । କୋହଲା ପବନ ସାଙ୍ଗକୁ ମେଘୁଆ ଆକାଶ । ଜନ ସାଧାରଣଙ୍କ ମନରେ ବାତ୍ୟା ମୋନ୍ଥା । ଖାଁ ଖାଁ ବେଳାଭୂମି । ରାସ୍ତାଘାଟ ଜନଶୂନ୍ଯ ହେବାକୁ ଲାଗିଛି । ଜିଲ୍ଲା ପ୍ରଶାସନ ସତର୍କ ରହିଛି । ପୁରୀରେ ପ୍ରବଳ ବର୍ଷା ଆଶଙ୍କା
ସମୁଦ୍ର ଅଶାନ୍ତ ଜିଲ୍ଲା ପ୍ରଶାସନର ହାଇଆଲର୍ଟ


ସମୁଦ୍ର ଅଶାନ୍ତ ଜିଲ୍ଲା ପ୍ରଶାସନର ହାଇଆଲର୍ଟ


ପୁରୀ, ୨୭ ଅକ୍ଟୋବର (ହି.ସ.)- ପୁରୀ ସମୁଦ୍ର ଅଶାନ୍ତ । ବଡ ବଡ ଲହଡି କୂଳ ଲଙ୍ଘୁଛି । କୋହଲା ପବନ ସାଙ୍ଗକୁ ମେଘୁଆ ଆକାଶ । ଜନ ସାଧାରଣଙ୍କ ମନରେ ବାତ୍ୟା ମୋନ୍ଥା । ଖାଁ ଖାଁ ବେଳାଭୂମି । ରାସ୍ତାଘାଟ ଜନଶୂନ୍ଯ ହେବାକୁ ଲାଗିଛି । ଜିଲ୍ଲା ପ୍ରଶାସନ ସତର୍କ ରହିଛି । ପୁରୀରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ସମୁଦ୍ର ସ୍ନାନ ଉପରେ ଲାଗିଛି କଟକଣା । ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ଦ୍ବାରା ଲୋକଙ୍କୁ ସତର୍କ ଓ ସଚେତନ କରାଯାଉଛି । ସମୁଦ୍ରକୂଳରେ ରହିଥିବା ହୋଟେଲ ପର୍ଯ୍ୟଟକ ମାନଙ୍କୁ ମଧ୍ୟ ସତର୍କ ରହିବା ପାଇଁ କୁହାଯାଇଛି । ସହରର ତଳି ଅଞ୍ଚଳରେ ବର୍ଷାଜଳ ଜଳବନ୍ଦୀ ସମସ୍ୟାକୁ ଏଡ଼ାଇବା ପାଇଁ ପ୍ରସ୍ତୁତ ଅଛନ୍ତି ଅଗ୍ନିଶମ ବିଭାଗ ବାହିନୀ ସହ ହେଭି ମୋଟର ପମ୍ପ ।

ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ମୋନ୍ଥା । ସମୁଦ୍ର ସ୍ନାନ ଉପରେ ଲାଗିଲା କଟକଣା, ହାଇ ଆଲର୍ଟରେ ପୁରୀ ଜିଲ୍ଲା ପ୍ରଶାସନ । ମୋନ୍ଥା ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଉତ୍ତରପଶ୍ଚିମ ଦିଗକୁ ଗତି କରିବାର ସମ୍ଭାବନା ଅଛି । ଏହା ପରେ ଉତ୍ତର- ଉତ୍ତରପଶ୍ଚିମ ଦିଗକୁ ଗତି କରି ଆସନ୍ତାକାଲି ୨୮ ତାରିଖ ମଙ୍ଗଳବାର ସକାଳ ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହୋଇ ସନ୍ଧ୍ୟା କିମ୍ବା ରାତିରେ କାକିନାଡା ପାଖାପାଖି ଅତିକ୍ରମ କରିବାର ସମ୍ଭାବନା ରହିଛି । ଫଳରେ ଓଡ଼ିଶାରେ ମଧ୍ୟ ବାତ୍ୟାର ପ୍ରଭାବ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି ବାତ୍ୟା ମୋନ୍ଥାକୁ ନେଇ ସତର୍କ ରହିଛି ପୁରୀ ଜିଲ୍ଲା ପ୍ରଶାସନ। ବାତ୍ୟା ପ୍ରଭାବରେ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖାଯାଇ ସମସ୍ତ ପ୍ରସ୍ତୁତି କରାଯାଇଛି । ପୁରୀ ବେଳାଭୂମିରେ ସମୁଦ୍ର ସ୍ନାନ ଉପରେ ପର୍ଯ୍ୟଟକଙ୍କ ପାଇଁ କଟକଣା ଲଗାଯାଇଛି । ସମୁଦ୍ରରେ କୌଣସି ଅଘଟଣ ଘଟିଲେ ଉଦ୍ଧାର କାର୍ଯ୍ୟ ପାଇଁ ଲାଇଫ ଗାର୍ଡମାନଙ୍କୁ ମୁତୟନ କରାଯାଇଛି । ସେହିପରି ପ୍ରବଳ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ସୃଷ୍ଟି ହେଲେ, ନିଷ୍କାସନ କରିବା ପାଇଁ ସମସ୍ତ ପ୍ରସ୍ତୁତି କରାଯାଇଛି । ଜଳ ନିଷ୍କାସନ ପାଇଁ ମୋଟର ପମ୍ପ ବ୍ୟବସ୍ଥା କରାଯାଇଛି । ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାରମାନଙ୍କୁ ଆଲର୍ଟ ରଖାଯାଇଛି । ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା କରି ସେ ଆହୁରି ମଧ୍ୟ କହିଛନ୍ତି ଆବଶ୍ୟକତା ଅନୁଯାୟୀ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯାଇ ବାତ୍ୟା ଆଶ୍ରୟସ୍ଥଳୀ ଗୁଡିକରେ ରଖାଯିବା ନେଇ ବ୍ୟବସ୍ଥା ମଧ୍ୟ କରାଯାଇଛି । ରାସ୍ତାଘାଟରେ ଗଛ ପଡି ଅବରୋଧ ହେଲେ ଏହାକୁ ହଟେଇବା ପାଇଁ ଅଗ୍ନିଶମ ବିଭାଗକୁ ପ୍ରସ୍ତୁତ ରଖାଯାଇଛି । ଆଇଏମଡିର ପୂର୍ବାନୁମାନ ଅନୁଯାୟୀ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ରହିଛି । ଏଣୁ ବର୍ଷାଜନିତ ସମସ୍ୟାକୁ ମୁକାବିଲା କରିବା ପାଇଁ ସମସ୍ତ ପ୍ରସ୍ତୁତି ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ବାତ୍ୟା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ମାର୍ଗଦର୍ଶିକା ଅନୁଯାୟୀ ସମସ୍ତ ବିଭାଗୀୟ ଅଧିକାରୀ କାର୍ଯ୍ୟରେ କୌଣସି ଅବହେଳା ନ କରିବାକୁ ଅବଗତ କରାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ବିଜୟ


 rajesh pande