ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଆଶଙ୍କା
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ ରେ ଭୂସ୍ଖଳନ ଆଶଙ୍କା ରହିଛି। ସେହିପରି ବାତ୍ୟା ପ୍ରଭାବିତ ହେବାକୁ ଥିବା ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍
ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଆଶଙ୍କା


ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ଅଧିକ ବର୍ଷା ଥିବାରୁ ପାହାଡ଼ିଆ ଅଂଚଳରେ ଭୂସ୍ଖଳନ ଆଶଙ୍କା ରହିଥିବା ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ। ଗଜପତି ଜିଲ୍ଲାରେ ୩/୪ଟି ବ୍ଲକ୍ ରେ ଭୂସ୍ଖଳନ ଆଶଙ୍କା ରହିଛି। ସେହିପରି ବାତ୍ୟା ପ୍ରଭାବିତ ହେବାକୁ ଥିବା ରାୟଗଡ଼ା, ମାଲକାନଗିରିରେ ମଧ୍ୟ ଭୂସ୍ଖଳନ ଆଶଙ୍କା ରହିଛି। ଏଥିପାଇଁ ସମ୍ପୃକ୍ତ ଅଂଚଳ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି ଅଗ୍ନିଶମ ଡିଜି। ପାହାଡ଼ ପାଦ ଦେଶରେ ଥିବା ଲୋକେ ଆଶ୍ରୟସ୍ଥଳକୁ ଯାଆନ୍ତୁ। ମାଟି ଓଦା ଥିବାରୁ ଅଧିକ ବର୍ଷା ହେଲେ ମାଟି ଧସିପାରେ। ଆମ ପାଇଁ ଏଥର ପବନ ଅପେକ୍ଷା ବର୍ଷା ଅଧିକ ଚ୍ୟାଲେଞ୍ଜ୍‌। ୧୩୦ଟି ଟିମ୍ ପ୍ରସ୍ତୁତ ହୋଇ ରହିଛି, ପରିସ୍ଥିତିକୁ ମୁକାବିଲା କରିବୁ ବୋଲି ଅଗ୍ନିଶମ ଡିଜି କହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande