
ନୂଆପଡ଼ା /ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ନୂଆପଡ଼ା ସାର୍ବଜନୀନ ଛଟ ପୂଜା କମିଟି କମିଟି ଦ୍ୱାରା ଆୟୋଜିତ 'ଛଟ୍ ପୂଜା' ପାଳନ ଉତ୍ସବରେ ଓଡ଼ିଶା ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ଼ଃ.ମୁକେଶ ମହାଲିଙ୍ଗ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ସାଂସଦ ଶ୍ରୀମତୀ ମାଲବିକା ଦେବୀ, ଯୁବନେତା ଅଭିନନ୍ଦନ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି ।
ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତି ରେ ବହୁତ ହର୍ଶୋଉଲ୍ଲାସ ରେ ସୂର୍ଯ୍ୟ ନାରାୟଣ ଙ୍କ ପୂଜାର୍ଚ୍ଚନା ହୋଇଥିଲା । ସମସ୍ତେ ଏକତ୍ରିତ ହୋଇ ଅତ୍ୟନ୍ତ ଆନନ୍ଦ ଉଲ୍ଲାସର ସହ ଛଟ୍ ପର୍ବ ପାଳନ କରି ସମସ୍ତ ଙ୍କ ଶୁଖ, ସମୃଦ୍ଧି ଉନ୍ନତି, ପ୍ରଗତି ପାଇଁ ପ୍ରାର୍ଥନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା