
ବାରିପଦା, ୨୭ ଅକ୍ଟୋବର (ହି.ସ.)- ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ ହୋଇଛି। ମୃତକ ବୃଦ୍ଧ ଜଣକ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବନ ରେଞ୍ଜ ଅନ୍ତର୍ଗତ ଖଇରବଣି ଗାଁ ର ଯୋଗେଶ୍ଵର ନାଏକ।
ସୋମବାର ସକାଳୁ ଯୋଗେଶ୍ବର ଗ୍ରାମର ଅନ୍ୟ ୪ ଜଣଙ୍କ ସହ ମିଶି ଗାଈ ଚରାଇବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଅଚାନକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ସେଠାରେ ହାତୀ ଯୋଗେଶ୍ବରକୁ ଗୋଇଠା ମାରିବା ସହ ପାଦରେ ଦଳି ଚକଟି ଦେଇଥିଲା। ତୁରନ୍ତ ସ୍ଥାନୀୟ ଲୋକମାନେ ତାଙ୍କୁ ସେଠାରୁ ଉଦ୍ଧାର କରି କୁଳିଅଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ସେଠାରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ସେପଟେ ପାଞ୍ଚ ଜଣ ଗାଈ ଚରାଇବାକୁ ଯାଇଥିବା ବେଳେ ଅନ୍ୟ ଚାରି ଜଣ ଅଳ୍ପକେ ମୃତ୍ୟୁମୁଖରୁ ବଞ୍ଚି ଯାଇଛନ୍ତି। ଗତ ତିନି ମାସ ଧରି ବାଙ୍ଗିରିପୋଷି ରେଞ୍ଜ ଅଧୀନରେ ୩୦ ଟିକିଆ ହାତୀ ପଲ ବିଚରଣ କରୁଥିବାର ଦେଖିବାକୁ ମିଳୁଛି।
ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ