ମୁମ୍ବାଇ ଗସ୍ତରେ ଉପ ମୁଖମନ୍ତ୍ରୀ ପ୍ରଭାତୀ ପରିଡା
ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୋମବାର ଦୁଇ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି । ମୁମ୍ବାଇର ଗୋରେଗାଁସ୍ଥିତ ବମ୍ବେ ପ୍ରଦର୍ଶନୀ କେନ୍ଦ୍ର ଠାରେ ଆୟୋଜିତ ଭାରତୀୟ ନୌବାଣିଜ୍ୟ ସପ୍ତାହ-୨୦୨୫ ପାଳନରେ ସେ ଆସନ୍ତକାଲି ଯୋଗଦେବେ । ଭାରତୀୟ ନୌବାଣିଜ୍ୟରେ ଓଡ଼ି
ମୁମ୍ବାଇ ଗସ୍ତରେ ଉପ ମୁଖମନ୍ତ୍ରୀ ପ୍ରଭାତୀ ପରିଡା


ଭୁବନେଶ୍ୱର,୨୭ ଅକ୍ଟୋବର (ହି.ସ)- ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ସୋମବାର ଦୁଇ ଦିନିଆ ମୁମ୍ବାଇ ଗସ୍ତ କରିଛନ୍ତି । ମୁମ୍ବାଇର ଗୋରେଗାଁସ୍ଥିତ ବମ୍ବେ ପ୍ରଦର୍ଶନୀ କେନ୍ଦ୍ର ଠାରେ ଆୟୋଜିତ ଭାରତୀୟ ନୌବାଣିଜ୍ୟ ସପ୍ତାହ-୨୦୨୫ ପାଳନରେ ସେ ଆସନ୍ତକାଲି ଯୋଗଦେବେ ।

ଭାରତୀୟ ନୌବାଣିଜ୍ୟରେ ଓଡ଼ିଶାର ସ୍ୱର୍ଣ୍ଣିଭ ଯୋଗଦାନ ଓ ଏହାର ଐତିହ୍ୟ ସମ୍ପର୍କିତ ସନ୍ଦର୍ଭ ଉପରେ ଅଭିଭାଷଣ ରଖିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳ ସଂଯୋଗ ମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ଶାନ୍ତନୁ ଠାକୁର, ଗବେଷକ, ବିଭିନ୍ନ ରାଜ୍ୟର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଗତ ୨୭ ତାରିଖରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ଆମର ପାରମ୍ପରିକ ନୌବାଣିଜ୍ୟ ଐତିହ୍ୟ, ଆଧୁନିକ ନୌବାଣିଜ୍ୟ, ବନ୍ଦର ସୁଦୃଢ଼ୀକରଣ, ଜାହାଜ ପରିଚାଳନା, ନୂତନ ଜ୍ଞାନ କୌଶଳ ଓ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ, ମାନବ ସମ୍ବଳର ଉପଯୋଗୀତା ଉପରେ ସାରଗର୍ଭକ ଆଲୋଚନା ହେବ ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande