ଜଳସ୍ରୋତରେ ଫସି ରହିଥିବା ଗର୍ଭବତୀ ମହିଳା ଉଦ୍ଧାର
ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ପୁରୁଣାପାଣି ଗ୍ରାମପଂଚାୟତରେ ପ୍ରବଳ ବର୍ଷା ଯୋଗୁଁ ନିକଟସ୍ଥ ନଦୀର ଜଳସ୍ତର ବଢ଼ିଯାଇଥିଲା । ଫଳରେ, ବାଦପୁର ଗାଁର ଶ୍ରୀମତୀ ସୁନିତା ଦଳେଇ ନାମକ ଜଣେ ୩୦ ବର୍ଷୀୟା ଗର୍ଭବତୀ ମହିଳା ତାଙ୍କ ଦୁଇ ପିଲାଙ୍କ ସହିତ ନଦୀ ପାର ହୋଇନପାରି ଫସି ରହିଥିଲେ । ଆର. ଉଦୟଗିରି ବ୍ଲ
ଜଳସ୍ରୋତରେ ଫସି ରହିଥିବା ଗର୍ଭବତୀ ମହିଳା ଉଦ୍ଧାର


ଭୁବନେଶ୍ୱର, ୨୭ ଅକ୍ଟୋବର (ହି.ସ)- ପୁରୁଣାପାଣି ଗ୍ରାମପଂଚାୟତରେ ପ୍ରବଳ ବର୍ଷା ଯୋଗୁଁ ନିକଟସ୍ଥ ନଦୀର ଜଳସ୍ତର ବଢ଼ିଯାଇଥିଲା । ଫଳରେ, ବାଦପୁର ଗାଁର ଶ୍ରୀମତୀ ସୁନିତା ଦଳେଇ ନାମକ ଜଣେ ୩୦ ବର୍ଷୀୟା ଗର୍ଭବତୀ ମହିଳା ତାଙ୍କ ଦୁଇ ପିଲାଙ୍କ ସହିତ ନଦୀ ପାର ହୋଇନପାରି ଫସି ରହିଥିଲେ ।

ଆର. ଉଦୟଗିରି ବ୍ଲକର ବ୍ଲକ୍ ଉନ୍ନୟନ ଅଧିକାରୀଙ୍କଠାରୁ ଖବର ପାଇବା କ୍ରମେ, ଆର.ଉଦୟଗିରି ଅଗ୍ନିଶମ କେନ୍ଦ୍ରର ଏକ ଦଳ ସହକାରୀ ଷ୍ଟେସନ ଅଧିକାରୀ ଏମ୍‌. ଫକୀର ପାତ୍ରଙ୍କ ନେତୃତ୍ୱରେ ଘଟଣାସ୍ଥଳରେ ପହଂଚିଥିଲେ । ଅଗ୍ନିଶମ କର୍ମଚାରୀମାନେ ଇନ୍‌ଫ୍ଲାଟେବୁଲ୍ ବୋଟ୍ ସାହାଯ୍ୟରେ ସତର୍କତାର ସହିତ ନଦୀସ୍ରୋତ ମଧ୍ୟରୁ ଫସି ରହିଥିବା ପରିବାରକୁ ଜିଲ୍ଲା ପ୍ରଶାସନର ତତ୍ୱାବଧାନରେ ନିରାପଦ ସ୍ଥାନକୁ ସୁରକ୍ଷିତ ଭାବରେ ପାର କରିବାରେ ସାହାଯ୍ୟ କରିଥିଲେ । ଅଗ୍ନିଶମ ଡିଜି ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande