
ଧର୍ମଶାଳା, ୨୭ଅକ୍ଟୋବର(ହି.ସ.) - ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ଜାରକା ପଂଚାୟତ ଉତରଶାସନସ୍ଥିତ ଅମରେଶ୍ୱରୀ ଉଚ୍ଚବିଦ୍ୟାଳୟ ଓ ନୋଡାଲ ଉଚ୍ଚ ବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ମଣ୍ଡଳସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ୟୋତିର୍ମୟ କର ଉଦ୍ଘାଟନ କରିଥିବାବେଳେ ସମ୍ମାନୀୟ ଅତିଥିଭାବେ ବିଶିଷ୍ଟ ସମାଜସେବୀକା ମିନତୀ ସାହୁ ଓ ବ୍ଲକ୍ ଅଧ୍ୟକ୍ଷା ବିଶ୍ୱବିଜୟିନୀ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ ଏକ ବିକଶିତ ଦେଶକୁ ଆଗେଇନେବାରେ ସେମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ତେଣୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାପାଇଁ ଶିଶୁ ଉତ୍ସବ,ସୁରଭି ଏକ ମାଧ୍ୟମ ବୋଲି ମତବ୍ୟକ୍ତ କରିଥିଲେ । ମଣ୍ଡଳ ଗୋଷ୍ଠୀ ଶିକ୍ଷାଧିକାରୀ ଅଭୟ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଶିକ୍ଷାଧିକାରିଣୀ ମମିତା ମହାନ୍ତି, ଜୟଦେବ ଜେନା,ମାଣିକ ପ୍ରସାଦ ସଏ,ଧର୍ମଶାଳା ବାଣୀପୀଠର ପ୍ରଧାନଶିକ୍ଷକ ବାସୁଦେବ ରାଉଳ,ସିଆରସିସି ସେକ ସମସୁଦ୍ଦିନ୍ ଓ ଅମରେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ରଞ୍ଜିତା ରାଣୀ ନାୟକ,ନୋଡାଲ ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମହାପାତ୍ର,ମୋ ସ୍କୁଲ ଅଭିଯାନର ସଭାପତି ପବିତ୍ର କୁମାର ବାରିକ ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ । ସସ୍ମିତା ମଲ୍ଲିକ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲାବେଳେ ଅରବିନ୍ଦ ଦାଶ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ ।ଏହି ଅବସରରେ ଅତିଥିମାନେ ଧର୍ମଶାଳା ମହାବିଦ୍ୟାଳୟ ଛାତ୍ର ଉଚ୍ଚ ପ୍ରତିଭା ସମ୍ପନ ପ୍ରଭୁ ଦୟାନାଥ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦ୍ୱିତୀୟ ଅଧିବେଶନ ସୁରଭି ମଣ୍ଡଳ ସ୍ତରୀୟ ବିଭିନ୍ନ ସ୍କୁଲର ଚାତ୍ରଛାତ୍ରୀମାନଙ୍କ ଦ୍ୱାରା ୩୨ଗୋଟି ପ୍ରତିଯୋଗିତା ଯଥା ସଙ୍ଗୀତ,ନୃତ୍ୟ,ବିତର୍କ,ପ୍ରବନ୍ଧ, ଚିତ୍ରାଙ୍କନ, କୁଇଜ,ସୁନ୍ଦର ଶୃତଲିଖନ ,ବକ୍ତୃତା,ଚିତ୍ରକଳା,ଓ ଶିଳ୍ପକଳା,ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଥିଲା । ସଙ୍ଗୀତ ବରିଷ୍ଠ ବିଭାଗରେ ପଂଚାୟତ ହାଇସ୍କୁଲ ପୁରୁଣା ବଉଳମାଳର ପ୍ରଜ୍ଞାପରମିତା ପ୍ରଧାନ ,କନିଷ୍ଠ ବିଭାଗରେ ବଦ୍ରିନାଥ ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ,ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁଭଦ୍ରାପୁର ପ୍ରାଥମିକ ବିଦ୍ୟାଳୟ ପ୍ରଥମ ସ୍ଥାନ,ସୋରାଇ ନିମ୍ନ ମାଧ୍ୟମିକ ବିଦ୍ୟାଳୟ ଦ୍ୱିତୀୟ,ଧର୍ମଶାଳା ପ୍ରାଥମିକ ବିଦ୍ୟାଳୟ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଚାରକ ଭାବେ ସଙ୍ଗୀତ ଅଧ୍ୟାପକ ଅମରେଶ ଦାଶ,ସ୍ତମ୍ଭକାର ଡକ୍ଟର ପୁରୁଷୋତମ ବିଶ୍ୱାଳ,ବ୍ରଜ କିଶୋର ଦାଶ,ନୃତ୍ୟଗୁରୁ ସରୋଜ ଜେନା,ଅନୁସୂୟା ବାରିକ,ପ୍ରଶାନ୍ତ କୁମାର ସାହୁ,ବସନ୍ତ କୁମାର ସାହୁ ଯୋଗଦେଇଥିଲେ । ସୁରଭି କାର୍ଯ୍ୟକ୍ରମରେ କୃତି ପ୍ରତିଯୋଗୀମାନଙ୍କୁ ୁ ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ପ୍ରାବନ୍ଧିକ ମନୋରଞ୍ଜନ ମହାନ୍ତି ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ପୁରସ୍କୃତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ