ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ୍ ଆସୋସିଏସନ୍ ନୂତନ କର୍ମକର୍ତା ନିର୍ବାଚିତ
ଧର୍ମଶାଳା, ୨୭ଅକ୍ଟୋବର(ହି.ସ.) - ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ୍ ଆସୋସିଏସନ୍ ର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ତିନି ବର୍ଷ ଲାଗି ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଗଞ୍ଜାମର ପି ସତ୍ୟନାରାୟଣ ଓ ସମ୍ପାଦକ ଭାବେ କଟକର ପ୍ରଶାନ୍ତ ମହାପାତ୍ର (କଟକ) ଆଗାମୀ ତିନି ବର୍ଷ
ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ୍ ଆସୋସିଏସନ୍ ନୂତନ କର୍ମକର୍ତା ନିର୍ବାଚିତ


ଧର୍ମଶାଳା, ୨୭ଅକ୍ଟୋବର(ହି.ସ.) - ଉତ୍କଳ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ୍ ଆସୋସିଏସନ୍ ର କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ତିନି ବର୍ଷ ଲାଗି ଅନୁଷ୍ଠିତ ନିର୍ବାଚନରେ ସଭାପତି ଭାବେ ଗଞ୍ଜାମର ପି ସତ୍ୟନାରାୟଣ ଓ ସମ୍ପାଦକ ଭାବେ କଟକର ପ୍ରଶାନ୍ତ ମହାପାତ୍ର (କଟକ) ଆଗାମୀ ତିନି ବର୍ଷ ପାଇଁ ନିର୍ବାଚିତ ହୋଇଥିଲେ । ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ଭୁବନେଶ୍ୱରର ମନ ମୋହନ ରଥ ଓ ଉପନିର୍ବାଚନ ଅଧିକାରୀ ଭାବେ ପ୍ରଶାନ୍ତ କୁମାର ଜେନା ଓ ଝାରସୁଙ୍ଗୁଡାର ଜୟନ୍ତ କୁମାର ଦୀକ୍ଷିତ ଯୋଗଦେଇ ନିର୍ବାଚନର ପରିଚାଳନା କରିଥିଲେ । ଆସନ୍ତା ୧୮ଓ୧୯ ତାରିଖରେ ଏଆଇଓସିଡି ସଭାପତି ଓ ଜେ ଏସ୍ ସିଦେ୍ ସାଧାରଣ ସମ୍ପାଦକ ରାଜୀବ ସିଂହଙ୍କ ତତ୍ୱାବଧାନରେ ଅଧିଷ୍ଟାନ ଉତ୍ସବ ଅନୁଷ୍ଠିତ ହେବାକୁସ୍ଥିର କରାଯାଇଛି । ତେଣୁ ଏହି ଖୁସି ଖବର ଟି ଯାଜପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ଏଥିରେ ଖୁସି ହୋଇ ଯାଜପୁର ଜିଲ୍ଲାର ନବ ନିର୍ବାଚିତ ସଭାପତି ଅଜୟ କୁମାର ଦାସ ସାଧାରଣ ସମ୍ପାଦକ ରାଜେଶ କୁମାର ଦାସ ସଂଗଠନ ସଂପାଦକ କମଳାକାନ୍ତ ନାୟକ ଯୁଗ୍ମ ସଂପାଦକ ପ୍ରଫୁଲ୍ଲ କୁମାର ରାଉତ ଓ ରାଜ୍ୟ ର ବରିଷ୍ଠ ସଦସ୍ୟ ଧୀର କିଶୋର ସାହୁ, ଶରତ ଚନ୍ଦ୍ର ଦାସ ପ୍ରମୁଖ ନୁତନ କର୍ମକର୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ


 rajesh pande