୩୧୪.୯୭୦ ଗ୍ରାମ୍ ବ୍ରାଉନ୍ ସୁଗାର ସମେତ ନଗଦ ୪ଲକ୍ଷ ଟଙ୍କା, ୨ କାର୍‌, ୩ ବାଇକ୍ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ, ୭ ଗିରଫ
ଖୋର୍ଦ୍ଧା, ୨୮ ଅକ୍ଟୋବର(ହି.ସ.) – ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକଗୋଡ଼ା ଦଳେଇ ସାହିରେ ପୋଲିସ ଚଢ଼ଉ କରି ସାତ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ମୋଟ୍ ୩୧୪.୯୭୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୧ଲକ୍ଷ ଟଙ୍କା ବୋଲି ଖୋର୍ଦ୍ଧା ଜିଲ୍ଲ
Dhalajahar


Braunsugar


ଖୋର୍ଦ୍ଧା, ୨୮ ଅକ୍ଟୋବର(ହି.ସ.) – ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକଗୋଡ଼ା ଦଳେଇ ସାହିରେ ପୋଲିସ ଚଢ଼ଉ କରି ସାତ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି। ଏମାନଙ୍କ ଠାରୁ ମୋଟ୍ ୩୧୪.୯୭୦ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩୧ଲକ୍ଷ ଟଙ୍କା ବୋଲି ଖୋର୍ଦ୍ଧା ଜିଲ୍ଲା ପୋଲିସ ମୂଖ୍ୟାଳୟରେ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍‌?ପି ବିବେକାନନ୍ଦ ଶର୍ମା ସୁଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କେବଳ ବ୍ରାଉନସୁଗାର ନୁହେଁ, ଏମାନଙ୍କଠାରୁ ନଗଦ ୪ଲକ୍ଷ ଟଙ୍କା ସହିତ ୨ଟି କାର୍‌, ୩ଟି ବାଇକ୍ ଓ ଗୋଟିଏ ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି। ତେବେ ଗିରଫ ସାତ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କ ଘର ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୫ ଜଣଙ୍କ ଘର ଖୋର୍ଦ୍ଧାର ଅଂଚଳରେ। ସୂଚନା ମୁତାବକ, ଏହି ବ୍ରାଉନସୁଗାର କାରବାରର ହବ ବୋଲାଉଥିବା ମାଣିକଗୋଡ଼ା ଦଳେଇସାହିର ମୀର ଅତଉଲ୍ଲା ଓରଫ୍ ବବୁଲ୍‌(୨୬) ଘର। ବବୁଲ୍ ପୁର୍ବରୁ ଜଟଣୀରୁ ବ୍ରାଉନ୍ ସୁଗାର ନେଇ ଘରକୁ ଆସିଥିଲା। ତେବେ ଏହି କାରବାର ନେଇ ବିଶ୍ୱସ୍ତ ସୂତ୍ରରୁ ବୋଲଗଡ଼ ଥାନା ପୋଲିସ ଖବର ପାଇ ବବୁଲ୍ ଉପରେ ନଜର ରଖିଥିଲା। ତେବେ ଜଟଣୀର ଯେଉଁ ଅଂଚଳରୁ ବବୁଲ୍ ବ୍ରାଉନସୁଗାର ଆଣୁଥିଲା, ସେଠାରୁ ମଧ୍ୟ ଗଞ୍ଜାମକୁ ଚାଲାଣ ହେଉଥିଲା। ହେଲେ, କେ?ଣସି କାରଣରୁ ଗଞ୍ଜାମକୁ ଯେଉଁ ମାଲ ଚାଲାଣ ହୋଇଥାନ୍ତା କୌଣସି କାରଣରୁ ବବୁଲ୍ ନିଜ ଘର ମାଣିକଗୋଡ଼ାକୁ ନେଇ ଆସିଥିଲା। ତେଣୁ, ବବୁଲ୍ ଠାରୁ ନିଜର ମାଲ୍ ନେବା ପାଇଁ ଗଞ୍ଜାମ ଜିଲ୍ଲା ବଡ଼ବଜାର ଥାନା ଅଂଚଳର ଦୁଇ ଅଭିଯୁକ୍ତ ପ୍ରଣୟ ରଥ(୩୬) ଓ ସତ୍ୟଲୋଚନ ସାହୁ(୪୩) ଏକ କାର୍‌(ଓଡ଼ି ୦୭ଏପି-୧୮୩୮) ନମ୍ବର ବିଶିଷ୍ଟ ଏକ କାର ନେଇ ବବୁଲର ମାଣିକଗୋଡ଼ା ସ୍ଥିତ ଘରେ ପହଂଚିଥିଲେ। ସେହିପରି ଖୋର୍ଦ୍ଧା ଆଦର୍ଶ ଥାନା ଅଂଚଳର ମହେଶ୍ୱର ସ୍ୱାଇଁ(୩୦) ଓରଫ୍ ଧରମା ମଧ୍ୟ ଅନ୍ୟ ଏକ କାର୍‌(ଓଆର୍ ୦୨ଏବି-୭୪୭୧) ନେଇ ବ୍ରାଉନସୁଗାର ଆଣିବା ପାଇଁ ବବୁଲ୍ ଘରେ ପହଂଚିଥିଲେ। ତେବେ ପୋଲିସ ବବୁଲ ଘରେ ପହଂଚିି ଚଢ଼ାଉ କରି ଉଭୟ କାର୍‌ରୁ ଯଥାକ୍ରମେ ୧୫ଗ୍ରାମ୍ ଓ ୨୦ଗ୍ରାମ୍‌ର ଦୁଇଟି ବ୍ରାଉନ୍‌ସୁଗାର ପ୍ୟାକେଟ ଜବତ କରିବା ସହ ବୁବଲ୍ ଘରୁ ବି ପୋଲିସ ୨୭୯.୯୭୦ଗ୍ରାମ୍ ବ୍ରାଉନସୁଗାରର ଏକ ବଡ଼ ପୁଡ଼ିଆ ଜବତ କରିଛି। ଏପରିକି ବବୁଲ୍ ଘରୁ ପୋଲିସ ଗୋଟିଏ ପଲ୍‌ସର ଗାଡ଼ି(ଓଡି ୩୩ଏଏମ୍‌-୭୮୭୯), ଗୋଟିଏ ଆପାଚି(ଓଡି ୦୨ପି-୮୦୩୮) ଓ ଗୋଟିଏ ରୟାଲ୍ ଏନଫିଲ୍ ଡ଼ (ଓଡି ୨୫ଆର୍‌-୭୬୨୫)କୁ ମିଶାଇ ମୋଟ୍ ତିନି ଗୋଟି ବାଇକ୍ ଜବତ କରିଛି। ସେହିପରି ଉକ୍ତ ଅଂଚଳର ମିର୍ ମୁସ୍ତାଫିଜ୍ ଅଲ୍ଲୀ ପାଖରୁ ଏକ ଲକ୍ଷ ୭୫ହଜାର ଟଙ୍କା, ମଇନା ବେଗମ୍ ନିକଟରୁ ଦୁଇ ଲକ୍ଷ ୨୫ହଜାର ଓ ମୀର ଅବଦୁଲ୍ଲା ଓରଫ୍ ବୁନିଆ(୨୩) ନିକଟରୁ ଗୋଟିଏ ଦେଶୀ ବନ୍ଧୁକ ଜବତ କରାଯାଇଥିବା ନେଇ ଖୋର୍ଦ୍ଧା ଏସ୍‌ପି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସ୍‌ଡିପିଓ ନିହାର ରଞ୍ଜନ ପ୍ରଧାନ, ବୋଲଗଡ଼ ଥାନା ଅଧିକାରୀ ସ୍ନିଗ୍‌ଧାମୟୀ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର/ରାକେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande