ଭାଟପଡା ପଂଚାୟତରେ ବିଜେଡିର ସାଙ୍ଗଠନିକ ବୈଠକ, ଦଳୀୟ କର୍ମୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ପରାମର୍ଶ
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ଭାଟପଡା ପଂଚାୟତରେ ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ରବିବାର ପୁରୁଣାହାଟ ସ୍ଥିତ ବରିଷ୍ଠ ନେତା ବିପିନ ବେହେରାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିର୍ଦ୍ଦେଶ ଓ ବରିଷ୍ଠ ନେତା ଭର
BHATAPADA PANCHAYAT BJD BAITHAK


ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଧିନ ଭାଟପଡା ପଂଚାୟତରେ ବିଜୁ ଜନତା ଦଳର ଏକ ସାଙ୍ଗଠନିକ ବୈଠକ ରବିବାର ପୁରୁଣାହାଟ ସ୍ଥିତ ବରିଷ୍ଠ ନେତା ବିପିନ ବେହେରାଙ୍କ ବାସଭବନରେ ଅନୁଷ୍ଠିତ ହୋଇଯାଇଛି ।ପୂର୍ବତନ ବିଧାୟକ ବିଷ୍ଣୁବ୍ରତ ରାଉତରାୟଙ୍କ ନିର୍ଦ୍ଦେଶ ଓ ବରିଷ୍ଠ ନେତା ଭରତ ମହାପାତ୍ରଙ୍କ ଆବାହକତ୍ୱରେ ବୈଠକ ଅନୁଷ୍ଠିତ ହୋଥିଲା । ଏଥିରେ ପର୍ଯ୍ୟବେକ୍ଷକ ଭାବେ ବ୍ଲକ ସଭାପତି ସୁରେନ୍ଦ୍ର କୁମାର ନାୟକ ଯୋଗଦେଇ ଦଳର ନେତା ଓ କର୍ମୀ ମାନେ ନିଜ ନିଜ ମଧ୍ୟରେ ସମନ୍ୱୟ ରକ୍ଷାକରି କାମକଲେ ଦଳ ସୁଦୃଢ ହୋଇପାରିବ ବୋଲି କହିଥିଲେ ।ବୈଠକରେ ବରିଷ୍ଠ ନେତା ବିପିନ ବେହେରା, ଗଣେଶ ପ୍ରସାଦ ନାୟକ,ପୂର୍ବତନ ସମିତିସଭ୍ୟ ସଂଗ୍ରାମ ଦାସ, ନାରାୟଣ ସେଠୀ, ପୂର୍ବତନ ସରପଂଚ କୀର୍ତନ ରାଉତ,ବିଜୟ ସେଠୀ , ସମାଜସେବୀ ହିମାଦ୍ରୀ ରାଉତରାୟ ପ୍ରମୁଖ ଯୋଗଦେଇ କର୍ମୀମାନେ ଆନ୍ତରିକତା ସହ କାମକଲେ ଦଳ ମଜଭୁତ ହୋଇପାରିବ ବୋଲି କହିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନମୋହନ ସାହୁ,ରାଜେଶ ପାଢ଼ୀ, ମନମୋହନ ଦାସ,କୃପାସିନ୍ଧୁ ଦାସ,ଅଶୋକ ଜେନା,ଅନାମ ପାଣିଗ୍ରାହୀ,ଲକ୍ଷ୍ମଣ ପରିଡା ପ୍ରମୁଖ ବହୁ ନେତା ଓ କର୍ମୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande