


ସମ୍ବଲପୁର/ନୁଆପଡା, ୨୮ ଅକ୍ଟୋବର (ହି.ସ.)- ନୁଆପଡ଼ା ବିଧାନସଭା ଉପନିର୍ବାଚନର ନିର୍ବାଚନୀ ପ୍ରଚାରରେ ଏବେ ଉଷ୍ମତା ପରିଲକ୍ଷିତ ହେଉଛି । ତିନି ପ୍ରମୁଖ ଦଳ ନିଜ ନିଜ ଦଳର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଅଣ୍ଟା ଭିଡିଛନ୍ତି । ଆଜି କୂଳିଆବନ୍ଧା ପଞ୍ଚାୟତ ଠାରେ ବିଜେପି ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶା ସରକାରଙ୍କ ଖଣି ମନ୍ତ୍ରୀ ବିଭୁତି ଜେନା, ପୂର୍ବତନ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡା, ରାଜ୍ୟ ଉପସଭାପତି ଭବେନ୍ଦ୍ର କୁମାର ପଣ୍ଡା, କେଉଁଝର ସାଂସଦ ଅନନ୍ତ ନାଏକ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ପ୍ରମୁଖ ଉପସ୍ଥିତ ରହି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ଉପସ୍ଥିତ ନେତୃବୃନ୍ଦ ବିଜେଡି ସରକାର ସମୟରେ ଦୀର୍ଘ ୨୪ ବର୍ଷ ଧରି କରାଯାଇଥିବା ଅବହେଳା ଓ ମାତ୍ର ୧୬ ମାସରେ ବିଜେପି ସରକାର ଦ୍ଵାରା କରାଯାଇଥିବା ଲୋକାଭିମୁଖୀ ଯୋଜନା ଓ ବିକାଶ ବିଷୟରେ ଆଲୋକପାତ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ