ବାଇକ - ଟ୍ରକ ଧକ୍କା : ଜଣେ ମୃତ, ଜଣେ ଗୁରୁତର
ଜୟପୁର, ୨୮ ଅକ୍ଟୋବର (ହି.ସ.)- ବାଇକ ଓ ଟ୍ରକ ମଧ୍ୟରେ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ରାମ ଚନ୍ଦ୍ର ପ୍ରଧାନୀ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଜୟପୁରର ରାମ ଚନ୍ଦ୍ର ପ୍ରଧାନ (୧୯) ରାଣିପୁଟ ଠାରୁ କୁନ୍ଦୁ
ବାଇକ - ଟ୍ରକ ଧକ୍କା : ଜଣେ ମୃତ, ଜଣେ ଗୁରୁତର


ଜୟପୁର, ୨୮ ଅକ୍ଟୋବର (ହି.ସ.)- ବାଇକ ଓ ଟ୍ରକ ମଧ୍ୟରେ ଧକ୍କାରେ ଜଣକର ମୃତ୍ୟୁ ହୋଇଥିବା ନେଇ ଜୟପୁର ସଦର ଥାନାରେ ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ରାମ ଚନ୍ଦ୍ର ପ୍ରଧାନୀ । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ସୂଚନା ଅନୁଯାୟୀ, ଜୟପୁରର ରାମ ଚନ୍ଦ୍ର ପ୍ରଧାନ (୧୯) ରାଣିପୁଟ ଠାରୁ କୁନ୍ଦୁରା ଯାଉଥିବା ସମୟରେ ଘାଟବାଗ୍ରା ନୁଆଗୁଡା ଛକ ନିକଟରେ ଟ୍ରକ ସହ ଧକ୍କା ହୋଇଥିଲା । ଟ୍ରକ ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ଧକ୍କା ହୋଇଥିଲା । ଫଳରେ ରାମ ଚନ୍ଦ୍ର ପ୍ରଧାନି ଗୁରୁତର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାଇକ ରେ ବସିଥିବା ଅନ୍ୟ ଜଣେ ଗୁରୁତର ହେବାରୁ କୋରାପୁଟକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଜୟପୁର ସଦର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande