
କେନ୍ଦ୍ରାପଡ଼ା, ୨୮ ଅକ୍ଟୋବର(ହି.ସ.) – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗୁଲନଗର ଗ୍ରାମର ପ୍ରତିଷ୍ଠିତ ବ୍ୟବସାୟୀ ତଥା ସମାଜସେବୀ ଗୋଲଖ ସାହୁ(୬୬)ଙ୍କ ଦେହାନ୍ତ ହୋଇଯାଇଛି । ସେ ବହୁଦିନ ହେବ ରକ୍ତଚାପ ଓ ମଧୁମେହ ରୋଗରେ ପିଡିତ ଥିଲେ। ଆଜି ସକାଳ ୭ଟା୧୫ମିନିଟ ସମୟରେ କଟକ ଏସିବିରେ ଦେହାନ୍ତ ହୋଇଯାଇଛି । ଶ୍ରୀ ସାହୁ ଯୁବ ବୟସରୁ ବ୍ୟବସାୟୀକରି କେନ୍ଦ୍ରାପଡା ଜିଲ୍ଲାରେ ନିଜକୁ ସଫଳ ବ୍ୟବସାୟୀ ଭାବେ ପରିଗଣିତ ହୋଇପାରିିଥିଲେ। ଏଥିସହିତ ଗୁଲନଗର ଗ୍ରାମରେ ସମାଜସେବାରେ ନିଜକୁ ନିୟୋଜିତ କରି ବହୁ ଗରିବ ଲୋକମାନଙ୍କର ସମସ୍ୟା ସମାଧାନକରି ଓ ଦୁଖିଃ ଦରିଦ୍ରମାନଙ୍କୁ ଆର୍ଥକ ସହୟତା କରି ସୁନାମ ଅର୍ଜନ କରିଥିଲେ। କଜଳା ଶଶ୍ମାନରେ ଶେଷକୃତ୍ୟ କରାଯାଇଥିଲା । ପୁଅ କରନ କୁମାର ସାହୁ ମୁଖାଗ୍ନୀ ଦେଇଥିଲେ । ତାଙ୍କ ମୁତ୍ୟୁ ଖବର ପାଇ ଗୁଲନଗର ଗ୍ରାମର ପୂର୍ବତନ ସରପଂଚ ପିତବାସ ବେହେରା, ରାଜୁ କୁବେର, ସାମଜସେବୀ କରୁଣାକର ସାହୁ, ନିରଞ୍ଜନ ସାହୁ, ବାନାମ୍ବର ନାୟକ, ନଳିନିକାନ୍ତ ନାୟକ, ଲକ୍ଷ୍ମୀଧର ସାହୁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କ ବାସଭବନରେ ପହଂଚି ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ତାଙ୍କ ଦେହାନ୍ତରେ କେନ୍ଦ୍ରାପଡା ବିଧାୟକ ଗଣେଶ ବେହେରା ଗଭିର ଦୁଖ ପ୍ରକାଶ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କର ପତ୍ନୀଙ୍କ ସମେତ ଝିଅ, ଜ୍ୱାଇଁ, ଭାଇ ଗଗନ ବିହାରୀ ସାହୁ, ଦିଲୀପ କୁମାର ସାହୁ, ବିଜୟ କେତନ ସାହୁ, ରଶ୍ମୀରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର/ରବି/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି