
ଚମ୍ପୁଆ, ୨୮ ଅକ୍ଟୋବର (ହି.ସ.) - ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ଗ୍ରାମରେ ପୋଖରୀରେ ଭାସୁଥିବା ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ରଜିଆ ଗ୍ରାମ ଲାଗୁରୀ ସାହିର ଲକ୍ଷ୍ମଣ ମୁଣ୍ଡାଙ୍କ ସ୍ତ୍ରୀ କମଲି ମୁଣ୍ଡା (୨୮) । ଗତ କାଲି ଅପରାହ୍ନରେ କମଲି ନିକଟସ୍ଥ ଅସନବାହାଳି ସାହିକୁ ଯାଇ ଆଉ ଘରକୁ ଫେରି ନ ଥିଲେ । ଆଜି ସକାଳୁ ଗ୍ରାମବାସୀ ପୋଖରୀ ତୁଠ ରେ କମଲିଙ୍କ ଚପଲ ଥୁଆ ହୋଇଥିବା ଦେଖିବା ସହ କମଲିଙ୍କ ମୃତଦେହ ପୋଖରୀରେ ଭାସୁଥିବା ଅବସ୍ଥାରେ ଦେଖିଥିଲେ । ସଙ୍ଗେ ସଙ୍ଗେ ଏ ନେଇ ଘର ଲୋକଙ୍କ ସହ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ଚମ୍ପୁଆ ପୁଲିସ୍ ଘଟଣା ସ୍ଥଳରେ ପହଂଚି ପୋଖରୀରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ଶୌଚ ହେବାକୁ ଯାଇ ମହିଳା ଜଣଙ୍କ ପୋଖୋରିରେ ବୁଡି ଯାଇଥିବା ନେଇ ଅନୁମାନ କରାଯାଉଛି।
ହିନ୍ଦୁସ୍ଥାନ ସମାଚାର / Trinath Mahanta