



ବଲାଙ୍ଗିର, ୨୮ ଅକ୍ଟୋବର (ହି.ସ.)- ସମଗ୍ର ଦେଶରେ ଭାରତର ଉତ୍ତର ପୂର୍ବ ଅଞ୍ଚଳ ବାସୀଙ୍କ ଆସ୍ଥା ଓ ବିଶ୍ୱାସର ବିହାରୀ ସମ୍ପ୍ରଦାୟର ସୂର୍ଯ୍ୟଙ୍କ ଉପାସନା ପାଇଁ ମହାନ ଛଟ ପର୍ବ ବଲାଙ୍ଗିରରେ ପାଳିତ ହୋଇଯାଇଛି। ଗତକାଲି କାର୍ତ୍ତିକ ମହାନ ଷଷ୍ଠି ତିଥିରେ ଅସ୍ତଗାମି ସୂର୍ଯ୍ୟଙ୍କ ଉପାସନା ପାଇଁ ଏହି ସମ୍ପ୍ରଦାୟର ସବୁ ବର୍ଗର ମହିଳା ମାନେ ସ୍ଥାନୀୟ ରାଣୀବନ୍ଧ ଆଡି ଓ ସିଲିକନ ଭେଲି ନିକଟ ସାଲେପାଲି ଜଳ ଉତସ ଜଳାଶୟରେ ଛଟ ପାଳନ କମିଟି ଦ୍ଵାରା ପାଳିତ ହୋଇଥିଲା ବେଳେ ଆଜି ସକାଳେ ଏହି ପୋଖରୀରେ ଉଦୟଗାମି ସୂର୍ଯ୍ୟ ଭଗବାନଙ୍କୁ ପୂଜା କରାଯାଇଥିଲା। ଗୁଡ଼ ଅଟାରେ ନିର୍ମିତ ନୈବେଦ୍ୟ ଦିଆଯାଇଥିଲା ବେଳେ ଭୋଗ ଶ୍ରଦ୍ଧାଳୁ ମାନଙ୍କୁ ଦିଆଯାଇଥିଲା।
୨୬ ତାରିଖ ସନ୍ଧ୍ୟାରେ କ୍ଷୀରପ୍ରସାଦ ସେବନ, ୨୭ ତାରିଖ ସନ୍ଧ୍ୟା ୫ଟା ୨୪ ରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ ଓ ଆଜି ସକାଳ ୫ଟା ୫୬ ରେ ଉଷା ଅର୍ଘ୍ୟ ଅର୍ପଣ ହୋଇଥିଲା।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ