ଗଜପତି ଜିଲ୍ଲା ଅଧିକ ପ୍ରଭାବିତ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ)- ବାତ୍ୟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିଲାଣି। ଗଛ ପଡିବା ନେଇ ୨୨ଟି ଅନୁରୋଧ ମିଳିଛି। ଅଗ୍ନିଶମ ବିଭାଗ ଗଛ କାଟିକି ସଫା କରିଛି। ଗଜପତି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ସେଠାରେ ଗଛ ପଡିବା ସହ ମାତି ଅତଡା ଖସିଛି। ଗଞ୍ଜାମର କିଛି ଅଂଚଳରେ ବର୍ଷା ଲାଗି
ଗଜପତି ଜିଲ୍ଲା ଅଧିକ ପ୍ରଭାବିତ


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ)- ବାତ୍ୟା ପ୍ରଭାବ ଦକ୍ଷିଣ ଓଡ଼ିଶାରେ ଦେଖିବାକୁ ମିଳିଲାଣି। ଗଛ ପଡିବା ନେଇ ୨୨ଟି ଅନୁରୋଧ ମିଳିଛି। ଅଗ୍ନିଶମ ବିଭାଗ ଗଛ କାଟିକି ସଫା କରିଛି। ଗଜପତି ଜିଲ୍ଲା ବିଶେଷ ପ୍ରଭାବିତ ହୋଇଛି । ସେଠାରେ ଗଛ ପଡିବା ସହ ମାତି ଅତଡା ଖସିଛି। ଗଞ୍ଜାମର କିଛି ଅଂଚଳରେ ବର୍ଷା ଲାଗି ରହିଛି ଓ ଗଛ ପଡିଛି । କାଶୀ ନଗର ଓ ଆର ଉଦୟ ଗିରିରେ ମାଟି ଅତଡା ଖସିଛି ବୋଲି ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ବର୍ଷା ଯୋଗୁଁ ପୁରୀ ଅଂଚଳରେ ପାଣି ପଶିଛି । ଭୁବନେଶ୍ୱରର ୮ଟି ଜାଗାରେ ୱାଟର ପମ୍ପ ନିୟୋଜିତ ରହିଛି । ଅଗ୍ନିଶମ ବିଭାଗର ୧୩୦ଦଳ ବିଭିନ୍ନ ଯାଗାରେ ନିୟୋଜିତ ଅଛନ୍ତି । ବିଭିନ୍ନ ଅଧିକାରୀ ମାନେ ଅନୁଧ୍ୟାନ କରୁଛନ୍ତି। ଭୁବନେଶ୍ୱର ବରମୁଣ୍ଡା ଅଗ୍ନିଶମ ପ୍ରତିଷ୍ଠାନରେ ୨୪ଘଂଟିଆ କେଂଟ୍ରାଲ ରୁମ ଖୋଲା ଯାଇଛି। ୨୪ଟି କଲ ଆସିଥିଲା ସେଥିରୁ ୨୨ରୁ ଅଧିକ ଆମେ କାମ କରି ସାରିଛୁ। ବିଶେଷ କରି ଗଛ ପଡି ରାସ୍ତା ଅବରୋଧ ହେବା, କାହା ଘର ଉପରେ ଗଛ ପଡିବା ଏବଂ ମେଡିକାଲ ସରକାରୀ ଅଫିସ ଉପରେ ଗଛ ପଡିଲେ ସଙ୍ଗେ ସଙ୍ଗେ ଫୋନ କରନ୍ତୁ । ଆମେ ସବୁ ପ୍ରକାର ସେବା ଯୋଗାଇ ଦେବୁ । ସ୍ୱାସ୍ଥ୍ୟ ବିଭାଗ ସହ ଆମେ ସମ୍ପର୍କରେ ଅଛୁ । ଏହାସହ ପର୍ଯ୍ୟଟକ ମାନେ ସମୁଦ୍ରକୁ ନଯିବାକୁ ଅଗ୍ନିଶମ ଡିଜି ଅନୁରୋଧ କରିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande