ଆସନ୍ତା ୩୦ ପର୍ଯ୍ୟନ୍ତ ବର୍ଷା : ଆଗାମୀ ୨୪ ଘଂଟା ମଧ୍ୟରେ ଅତ୍ୟଧିକ ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ଆଗାମୀ ୨ ଦିନ (ଆଜି ଓ ଆସନ୍ତାକାଲି)ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ସହିତ, ଅତ୍ୟଧିକ ବର୍ଷା, ଝଡ଼ କିମ୍ବା ବଜ୍ରପାତ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୩୦ ତାରିଖରେ ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ନେଇ କେତେକ ଜିଲ୍
ଆସନ୍ତା ୩୦ ପର୍ଯ୍ୟନ୍ତ ବର୍ଷା : ଆଗାମୀ ୨୪ ଘଂଟା ମଧ୍ୟରେ ଅତ୍ୟଧିକ ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ନେଇ ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ, ଭୀଷଣ ବର୍ଷା ନେଇ ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ଆଗାମୀ ୨ ଦିନ (ଆଜି ଓ ଆସନ୍ତାକାଲି)ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ଭୀଷଣରୁ ଅତି ଭୀଷଣ ବର୍ଷା ସହିତ, ଅତ୍ୟଧିକ ବର୍ଷା, ଝଡ଼ କିମ୍ବା ବଜ୍ରପାତ ନେଇ ଚେତାବନୀ ଜାରି କରିଛି ପାଣିପାଗ ବିଭାଗ । ୩୦ ତାରିଖରେ ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ନେଇ କେତେକ ଜିଲ୍ଲାକୁ ଚେତାବନୀ ଜାରି ହୋଇଛି । ୩୧ ତାରିଖ ଓ ନଭେମ୍ବର ୧ ତାରିଖରେ ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ କେତେକ ଜିଲ୍ଲାକୁ ଚେତାବନୀ ରହିଥିବା ବେଳେ ନଭେମ୍ବର ୨ ଓ ୩ ତାରିଖ ପାଇଁ କୌଣସି ଚେତାବନୀ ନାହିଁ ।

ଆସନ୍ତା ୨୪ ଘଂଟା ମଧ୍ୟରେ ଅତ୍ୟଧିକ ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ନେଇ ୫ ଜିଲ୍ଲା(ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଭୀଷଣରୁ ଅତି ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ନେଇ ୬ ଜିଲ୍ଲା(ପୁରୀ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଭୀଷଣ ବର୍ଷା ସହିତ ଝଡ଼ କିମ୍ବା ବଜ୍ରପାତ ନେଇ ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୧୨ରୁ ୨୦ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକ ମଧ୍ୟରୁ ଗୋଟିଏରୁ ଦୁଇଟି ସ୍ଥାନରେ ୭ରୁ ୧୧ ସେ.ମି. ପର୍ଯ୍ୟନ୍ତ ବର୍ଷା ହୋଇପାରେ ।

ସେହିପରି ୨୯ ତାରିଖ ଅର୍ଥାତ୍ ଆସନ୍ତାକାଲି ପାଇଁ ଅତ୍ୟଧିକ ଭୀଷଣ ବର୍ଷା ନେଇ ୫ ଜିଲ୍ଲା( ରାୟଗଡ଼ା, କୋରାପୁଟ, ମାଲକାନଗିରି ନବରଙ୍ଗପୁର, କଳାହାଣ୍ଡି)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୪ ଜିଲ୍ଲା (ଗଜପତି, କନ୍ଧମାଳ, ବଲାଙ୍ଗିର, ନୂଆପଡ଼ା)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଅବଶିଷ୍ଟ ଭୀଷଣ ବର୍ଷା ସହିତ ବଜ୍ରପାତ ନେଇ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଭୀଷଣ ବର୍ଷା ସହିତ ବଜ୍ରପାତ ନେଇ ୩୦ ତାରିଖରେ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଝଡ଼ କିମ୍ବା ବଜ୍ରପାତ ଓ ପବନ ନେଇ ୩୧ ତାରିଖରେ ୭ ଜିଲ୍ଲା ଓ ନଭେମ୍ବର ୧ ତାରିଖରେ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨ ତାରିଖ ଓ ୩ ତାରିଖ ପାଇଁ କୌଣସି ଚେତାବନୀ ନାହିଁ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande