ନିଜ ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପାକୁ ଆଜୀବନ କାରାଦଣ୍ଡ
ମାଲକାନଗିରି, ୨୮ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଗତ ୨୦୨୩ ମସିହା ନଭେମ୍ବର ମାସ ୫ ତାରିଖ ଦିନ ନିଜ ଜନ୍ମ କଲା ୧୩ ବର୍ଷୀୟ ନାବାଳିକା ଝିଅକୁ ବଳାତ୍କାର କରି ଜେଲ ଯାଇଥିବା ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସାନ୍ତୁନୁ କୁମାର ଦାସ
ନିଜ ନାବାଳିକା ଝିଅକୁ ବଳାତ୍କାର ଅଭିଯୋଗରେ ବାପାକୁ ଆଜୀବନ କାରାଦଣ୍ଡ


ମାଲକାନଗିରି, ୨୮ ଅକ୍ଟୋବର (ହି.ସ.) - ମାଲକାନଗିରି ଜିଲ୍ଲା ବାଲିମେଳା ସହରରେ ଗତ ୨୦୨୩ ମସିହା ନଭେମ୍ବର ମାସ ୫ ତାରିଖ ଦିନ ନିଜ ଜନ୍ମ କଲା ୧୩ ବର୍ଷୀୟ ନାବାଳିକା ଝିଅକୁ ବଳାତ୍କାର କରି ଜେଲ ଯାଇଥିବା ଅଭିଯୁକ୍ତ ବାପାକୁ ଦୋଷୀ ସାବ୍ୟସ୍ତ କରି ଆଜି ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ସାନ୍ତୁନୁ କୁମାର ଦାସ ଆଜୀବନ କାରାଦଣ୍ଡ ରାୟ ଦେଇଛନ୍ତି। ମିଳିଥିବା ସୂଚନା ଅ ନୁଯାୟୀ ୨୦୨୩ ମସିହା ନଭେମ୍ବର ମାସ ୫ ତାରିଖ ଦିନ କୌଣସି କାରଣରୁ ଅଭିଯୁକ୍ତ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇ ସ୍ତ୍ରୀ ନିଜ ପୁଅକୁ ଧରି ବାପ ଘରକୁ ଚାଲିଯାଇଥିଲେ। ବାପା ସାଙ୍ଗରେ ତାଙ୍କ ନାବାଳିକା ଝିଅଟି ରହି ନିଜ ବାପାଙ୍କୁ ରୋଷେଇ କରି ଖାଇବାକୁ ଦେଉଥିଲା। ହଠାତ ନଭେମ୍ବର ମାସ ୫ ତାରିଖରେ ନିଜ ଝିଅକୁ ରାତ୍ର ସମୟରେ ବଳାତ୍କାର କରିଥିଲା ଏହି ପିଶାଚ ବାପା ଏବଂ କାହାରିକୁ କିଛି ନ କହିବା ନିମନ୍ତେ ଧମକ ମଧ୍ୟ ଦେଇଥିଲା। କିନ୍ତୁ ନାବାଳିକା ଜଣକ ପଡୋଶୀରେ ଥିବା ଜଣେ ମହିଳାଙ୍କୁ ନିଜ ପିଶାଚ ବାପା ତାଙ୍କ ସହ କରିଥିବା ବଳାତ୍କାର ସମ୍ବନ୍ଧରେ କହିବା ପରେ ଉକ୍ତ ମହିଳା ଜଣଙ୍କ ତାଙ୍କ ଏସଏଚଜି ଗ୍ରୁପର ମହିଳା ମାନଙ୍କ ସହାୟତା କ୍ରମେ ୨୦୨୩ ନଭେମ୍ବର ୯ ତାରିଖ ଦିନ ଓର୍କେଲ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ ଦେଇଥିଲେ। ଏନେଇ ମାମଲା ରୁଜୁ କରି ଓର୍କେଲ ଥାନାଧିକାରୀ ଧୀରେନ ପଟ୍ଟନାୟକ ତତ୍ପରତା ଦେଖାଇ ଅଭିଯୁକ୍ତ ପିଶାଚ ବାପାକୁ ଗିରଫ କରିଥିଲେ। ଏହି ଘଟଣାଟି ଦୀର୍ଘ ଦିନ ଧରି କୋର୍ଟରେ ବିଚରାଧିନ ରହିଥିବା ବେଳେ ନାବାଳିକାଟିର ସପକ୍ଷରେ ଓକିଲ ଭାବେ ଲଢେଇ କରିଥିଲେ ସରକାରୀ ଓକିଲ ଲମ୍ବୋଦର ତୁରୁକ ଏବଂ ଶେଷରେ ଆଜି ନାବାଳିକାଟିକୁ ସେ ନ୍ୟାୟ ଦେଇଛନ୍ତି ବୋଲି ପ୍ରକାଶ କରିଛନ୍ତି। ଅଭିଯୁକ୍ତ ପିଶାଚ ବାପାକୁ ଆଜୀବନ କାରାଦଣ୍ଡ ହୋଇଥିବା ଯୋଗୁଁ ଦୋଷୀକୁ ଉପଯୁକ୍ତ ଶାସ୍ତି ମିଳିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande