ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ- ୨୦୦୫ ପାଇଁ ଏକ ଦିବସୀୟ କର୍ମଶାଳା
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ଠାରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ- ୨୦୦୫ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା
GHAROI HINSA RU MAHILA MANAKU SURAKHYA


ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପାଳ ଦିଲ୍ଲିପ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପଂଚାୟତ ସମ୍ବଳ କେନ୍ଦ୍ର ଠାରେ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ- ୨୦୦୫ ପାଇଁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଅଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ରୂପାଲୀ ମିତ୍ର ଉକ୍ତ କର୍ମଶାଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇଥିଲେ। ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଭଦ୍ରକ ମହିଳାମାନଙ୍କ ସୁରକ୍ଷା ଓ ଅଧିକାର ଉପରେ ଧାରଣା ଦେଇଥିବାବେଳେ ଅନ୍ୟତମ ଅତିଥି ଅତିରିକ୍ତ ଜିଲ୍ଲାପାଳ ସରୋଜ କୁମାର ଦତ ଘରୋଇ ହିଂସାରୁ ମହିଳାମାନଙ୍କୁ ସୁରକ୍ଷା ଅଧିନିୟମ -୨୦୦୫ କିଭଳି ତୃଣମୂଳ ସ୍ତରରେ ପହଞ୍ଚାଯାଇ ପାରିବ ତାହା ଉପରେ ଗୁରୁତୋଆରୋପ କରିଥିଲେ। ଅନ୍ୟତମ ଅତିଥିମାନେ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡକ୍ଟର ପାର୍ଥସାରଥୀ ମିଶ୍ର, ଆରକ୍ଷୀ ଅଧିକ୍ଷକଙ୍କ ପ୍ରତିନିଧି ଭାବେ ଦିପ୍ତିକା ପ୍ରିୟଦର୍ଶିନୀ ସାହୁ ଏବଂ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ପ୍ରତିନିଧି ଭାବେ ଡକ୍ଟର ତାପସ କୁମାର ମହାନ୍ତି ଏହି କର୍ମଶାଳାର ଆବଶ୍ୟକତା ଓ ଅନିବର୍ଯ୍ୟତା ଉପରେ ମତପୋଷଣ କରିଥିଲେ। ଏହି କର୍ମଶାଳାରେ ସମ୍ବଳ ପ୍ରତିନିଧିଭାବେ ଭଦ୍ରକ ଓକିଲ ସଂଘର ବରିଷ୍ଠ ଓକିଲ ଡକ୍ଟର ରାଧାରାଣୀ ମହାପାତ୍ର ଏବଂଗଦାଧର ବଳ ଓ ନିର୍ଦ୍ଦେଶକ ଫେଲୋସିପ ଲଲାତେନ୍ଦୁ ମହାନ୍ତି ପ୍ରମୁଖ ସେମାନଙ୍କ ବକ୍ତବ୍ୟରେ ଉପସ୍ଥିତ ପ୍ରଶିକ୍ଷାତ୍ରୀମାନଙ୍କୁ ସମ୍ପୂର୍ଣ୍ଣ ତାଲିମ୍ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମହିଳା ସଶକ୍ତି କେନ୍ଦ୍ରର କର୍ମଚାରୀମାନେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ସୁରକ୍ଷା ତଥା କାର୍ଯକ୍ରମ ଅଧିକାରୀ ଶ୍ରୀମତୀ ଚନ୍ଦ୍ରା ସାହୁ ଏହି କର୍ମଶାଳାକୁ ସୁଚାରୁରୂପେ ସମ୍ପାଦନା କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇ ସଭା ସାଙ୍ଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande