ଜୟ ଢୋଲକିଆଙ୍କୁ ଜିତାଇ ବିଧାନସଭାକୁ ପଠାଇବା ସବୁ କାର୍ଯ୍ୟକର୍ତାଙ୍କ ଦାୟିତ୍ଵ : ଅଭିନନ୍ଦନ
ଜୟ ଢୋଲକିଆଙ୍କୁ ଜିତାଇ ବିଧାନସଭାକୁ ପଠାଇବା ସବୁ କାର୍ଯ୍ୟକର୍ତାଙ୍କ ଦାୟିତ୍ୱ: ଅଭିନନ୍ଦନ
ଜୟ ଢୋଲକିଆଙ୍କୁ ଜିତାଇ ବିଧାନସଭାକୁ ପଠାଇବା ସବୁ କାର୍ଯ୍ୟକର୍ତାଙ୍କ ଦାୟିତ୍ୱ: ଅଭିନନ୍ଦନ


ସମ୍ବଲପୁର/ନୂଆପଡା, ୨୮ ଅକ୍ଟୋବର (ହି.ସ.)- ଓଡ଼ିଶାର ଜନସାଧାରଣଙ୍କ ଆର୍ଶୀବାଦରେ ରାଜ୍ୟରେ ବିଜେପି ଏକାକୀ ସରକାର ଗଠନ କରିଛି। ନୂଆପଡାରେ ମଧ୍ୟ ଜନସାଧାରଣଙ୍କ ଆର୍ଶୀବାଦ ରହିଛି ଓ ରହିଥିବ। ବିଜେପି ପ୍ରାର୍ଥୀ ଜୟ ଢ଼ୋଲକିଆଙ୍କୁ ଜିତାଇବା ପାଇଁ ଜନସାଧାରଣ ମନ ବନାଇ ସାରିଲେଣି। ବିରୋଧୀ କେବଳ ନିର୍ବାଚନ ସମୟରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରୁଥିବାବେଳେ ବିଜେପି ସଂଗଠନ ସବୁବେଳେ ସକ୍ରିୟ ରହିଛି, ଲୋକଙ୍କ ସଙ୍ଗେ ଯୋଡ଼ି ହୋଇ ରହିଛି। ସେମାନଙ୍କ ସୁଖ ଓ ଦୁଃଖରେ ସାଙ୍ଗରେ ରହିଛି। ଏଥିଯୋଗୁ ଚଳିତ ଉପନିର୍ବାଚନରେ ବିଜେପି ନିଶ୍ଚୟ ବିଜୟ ଲାଭକରିବ ବୋଲି ବିଜେପି ଯୁବନେତା ଅଭିନନ୍ଦନ ପଣ୍ଡା ଦୃଢୋକ୍ତି ପ୍ରକାଶ କରିଛନ୍ତି।

ଶ୍ରୀ ପଣ୍ଡା କହିଛନ୍ତି, ଯୁବ ଚେହେରା ଭାବେ ଜୟ ଢ଼ୋଲକିଆ ସ୍ଥାନୀୟ ଅଂଚଳର ଯୁବବର୍ଗଙ୍କୁ ବହୁ ପ୍ରଭାବିତ କରିଛନ୍ତି। ତାଙ୍କୁ ଜିତାଇ ବିଧାନସଭାକୁ ପଠାଇବା ପାଇଁ ମୋ ଭଳି ସବୁ କାର୍ଯ୍ୟକର୍ତ୍ତା ମାନେ ଅହରହ ଉଦ୍ୟମ କରୁଛନ୍ତି। ଜଣେ କାର୍ଯ୍ୟକର୍ତ୍ତା ଭାବେ ବିଜେପିର ଶୀର୍ଷ ନେତୃତ୍ୱ ଯାହାବି ନିର୍ଦ୍ଦେଶ ଦେବେ ତାକୁ ସମସ୍ତଙ୍କୁ ମାନିବାକୁ ପଡିବ। ଯାହାକୁ ବି ବିଜେପି ପ୍ରାର୍ଥୀ କରିବ ତାକୁ ଜିତାଇବା ଦାୟିତ୍ୱ ଆମ ସମସ୍ତଙ୍କର ରହିଛି। ଜୟ ଲକ୍ଷାଧିକ ଭୋଟ ବ୍ୟବଧାନରେ ଏହି ଉପନିର୍ବାଚନରେ ବିଜୟୀ ହେବେ ବୋଲି ଆମ ସମସ୍ତଙ୍କ ଆଶା ଓ ଦୃଢ ବିଶ୍ୱାସ ରହିଛି। ନୂଆପଡ଼ା ଜିଲ୍ଲାର ବିକାଶ ପାଇଁ ୧୧୦୧ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି ବିଜେପି ସରକାର। ଏନେଇ ବିଜେପି ସରକାରଙ୍କ ବିକାଶମୂଳକ କାର୍ଯ୍ୟ ଉପରେ ନୂଆପଡ଼ାବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼ିବାରେ ଲାଗିଛି ବୋଲି ଶ୍ରୀ ପଣ୍ଡା ଗଣମାଧ୍ୟମକୁ କହିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande