ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରିଙ୍କୁ କୋଲାବ ନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ଵ
ଜୟପୁର, ୨୮ ଅକ୍ଟୋବର (ହି.ସ.)- କୋଲାବ୍ ନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀରେ ଥିବା ସ୍ବେତାଲିନି ପ୍ରଧାନଙ୍କ ବଦଳି ପରେ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ଦାୟିତ୍ବ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣା ପଡିଛି l ମାଧ୍ୟମିକ ଶିକ
ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରି ଙ୍କୁ  କୋଲାବ ନଗର୍ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭାବେ ଅତିରିକ୍ତ ଦାୟିତ୍ୱ


ଜୟପୁର, ୨୮ ଅକ୍ଟୋବର (ହି.ସ.)- କୋଲାବ୍ ନଗର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପଦବୀରେ ଥିବା ସ୍ବେତାଲିନି ପ୍ରଧାନଙ୍କ ବଦଳି ପରେ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ଦାୟିତ୍ବ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଚନ୍ଦନ କୁମାର ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବା ଜଣା ପଡିଛି l ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ତାଙ୍କ ପତ୍ର ସଂଖ୍ୟା ୨୭୩୦୪ ତା ୨୫.୧୦.୨୦୨୫ ରିଖ ରେ ଏ ନେଇ ନିର୍ଦେଶନାମା ଜାରି କରିଥିଲେ l ନିର୍ଦେଶକଙ୍କ ଆଦେଶକୁ ଭିତ୍ତି କରି ଜିଲ୍ଲା ଶିକ୍ଷା ଅଧିକାରୀ କୋରାପୁଟ ତାଙ୍କ ପତ୍ର ସଂଖ୍ୟା ୮୮୦୭ ତା ୨୭.୧୦.୨୦୨୫ ରିଖରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁରଙ୍କୁ କୋଲାବ ନଗର୍ ଉଚ୍ଚ ବିଦ୍ୟାଳୟର ଦାୟିତ୍ୱ ଗ୍ରହଣ କରିବା ନିମନ୍ତେ ଅନୁରୋଧ କରିଥିଲେ l

ଉକ୍ତ ଆଦେଶ ଅନୁଯାୟୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର କୋଲାବ ନଗର୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାୟିତ୍ବ ଗ୍ରହଣ କରିଛନ୍ତି l ଦେବାଶିଷ ପ୍ରଧାନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ନାୟକଙ୍କୁ ଦାୟୀତ୍ବ ହସ୍ତାନ୍ତର କରିଥିଲେ l ଦାୟିତ୍ୱ ହସ୍ତାନ୍ତର ସମୟରେ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ, ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ ନଥିପତ୍ରର ଯାଞ୍ଚ କରିଥିଲେ l ନାଗେଶ୍ଵର ରାଓ କନିଷ୍ଠ ସହାୟକ ସମସ୍ତ କାଗଜପତ୍ର ଦାଖଲ କରିଥିଲେ l

ଦାୟିତ୍ୱ ଗ୍ରହଣ ସମୟରେ ବରିଷ୍ଠ ଶିକ୍ଷକ ଅରୁଣ କୁମାର ସ୍ବାଇଁ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦେବାଶିଷ ପ୍ରଧାନ ଓ କନିଷ୍ଠ ସହାୟକ ନାଗେଶ୍ଵର ରାଓ ନୂତନ ଭାବରେ ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ଚନ୍ଦନ କୁମାର ନାୟକଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିଥିଲେ l

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande