ଜମୁଛି କାଳୀ ପୂଜା ମେଳା ଓ ହସ୍ତତନ୍ତି ମେଳା ଗ୍ରାହକଙ୍କ ପ୍ରଥମ ପସନ୍ଦ
କେନ୍ଦୁଝର, ୨୮ ଅକ୍ଟୋବର (ହି.ସ.) - କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା ମେଳାରେ ମୀନା ବଜାର ଓ ଖାଦ୍ୟ ମେଳା ପାଇଁ ଜନଗହଳି ପରିଲକ୍ଷିତ ହେଉଛି। ମା କାଳୀ ଙ୍କୁ ଦର୍ଶନ କରିବା ସହ ମେଳା ବୁଲିବାକୁ ବହୁ ସଂଖ୍ୟାରେ ଲୋକ ଜିଲା ଓ ବାହାରୁ ଆସୁଛନ୍ତି। ଏହି ମେଳାରେ ଖାଦ୍ୟମେଳାରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ
ଜମୁଛି କାଳୀ ପୂଜା ମେଳା ଓ ହସ୍ତତନ୍ତି ମେଳା ଗ୍ରାହକଙ୍କ ପ୍ରଥମ ପସନ୍ଦ


କେନ୍ଦୁଝର, ୨୮ ଅକ୍ଟୋବର (ହି.ସ.) - କେନ୍ଦୁଝରର ପ୍ରସିଦ୍ଧ କାଳୀପୂଜା ମେଳାରେ ମୀନା ବଜାର ଓ ଖାଦ୍ୟ ମେଳା ପାଇଁ ଜନଗହଳି ପରିଲକ୍ଷିତ ହେଉଛି। ମା କାଳୀ ଙ୍କୁ ଦର୍ଶନ କରିବା ସହ ମେଳା ବୁଲିବାକୁ ବହୁ ସଂଖ୍ୟାରେ ଲୋକ ଜିଲା ଓ ବାହାରୁ ଆସୁଛନ୍ତି। ଏହି ମେଳାରେ ଖାଦ୍ୟମେଳାରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟର ଖାଇବାର ମଜା ଉଠାଉଛନ୍ତି । ଏଠାରେ ବିଶେଷ କରି ପାରମ୍ପରିକ ଖାଦ୍ୟ ସହ ଆଧୁନିକ ଖାଦ୍ୟ ଯଥା ଚାଇନିଜ, ମକଟେଲ, ପୋଡା ଟିକେନ, ଛତୁ ପତ୍ର ପୋଡା ଷ୍ଟଲରେ ଭିଡ଼ ପରିଲକ୍ଷିତ ହେଉଛି । ବିଶେଷ କରି ଶନିବାର ଓ ରବିବାର ସଂଧ୍ୟାରେ ସହର ତଥା ସହରବାହାରୁ କାଳୀପୂଜୀ ଓ ମେଳା ଦେଖିବାକୁ ଅଧିକ ଲୋକଙ୍କ ସମାଗମ ହୋଇବ ଥୂବା ବେଳ ଆଗକୁ ମଧ୍ୟ ଭିଡ ଅଧୂକ ହେବା ଆଶଙ୍କା କରି ପୂଜା କମିଟି ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଉଛି। ପୋଲିସ ପ୍ରଶାସନ ତରଫରୁ ଟ୍ରାଫିକ ପରି ପରିଚାଳନା, ଶାନ୍ତି ଶୃଙ୍ଖଳା ରକ୍ଷା ଦିଗରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଏହା ସହିତ ଶନିବାର ଠାରୁ ଅପେରା ସୋ ମଧ୍ୟ ଯାତ୍ରାପ୍ରେମୀଙ୍କୁ ଭିନ୍ନ ସ୍ୱାଦ ଯୋଗାଇଛି। ରାଜାରାଜୁଡା ଅମଳରୁ ଖ୍ୟାତି ଅର୍ଜନ କରିଥୁବା ଥୁବା ଏହି ମେଳାକୁ ବହୁ ଆଗରୁ ଲୋକେ ଅପେକ୍ଷା କରି ରହିଥାନ୍ତି । ଏଣୁ ବାହାରେ ରହୁଥିବା ଏ ଛୁଟି ନେଇ ଆସିଥାନ୍ତି ଏବଂ ମେଳାର ମଜା ଉଠାଇ ନିଆରା ଅନୁଭୂତି ସାଉଁଟି ନେଇଥାନ୍ତି। ଚଳିତବର୍ଷ କାଳୀତୀର୍ଥ କେନ୍ଦୁଝର କାଳୀପୂଜାକୁ ୮୫ ବର୍ଷରେ ପଦାର୍ପଣ କରୁଥିବାରୁ ବ୍ୟାପକ କାର୍ଯ୍ୟକ୍ରମ ରଖାଯାଇଛି । ସେହିପରି ଟେଲିଫୋନ୍ ଏକ୍ସଚେଞ୍ଜ ଛକ କାଳୀପୂଜା ଚଳିତ ବର୍ଷ ୫୭ ବର୍ଷରେ ପଦାର୍ପଣ କରିଛି । କେନ୍ଦୁଝର ସହରର ଥାନା ଛକଠାରୁ ଚର୍ଚ୍ଚ ଛକ, ଏକ୍ସଚେଞ୍ଜ ଛକରୁ ପାର୍କଲାଇନ ରେ ମୀନାବଜାର ସାଙ୍ଗକୁ ବିଭିନ୍ନ ଘରକରଣ ସାମଗ୍ରୀ, ଖାଇବା ଦୋକାନ ଲୋକଙ୍କୁ ବିଶେଷ ଆକୃଷ୍ଣ କରିପାରିଛି । ଅନ୍ୟପକ୍ଷରେ ପ୍ରସିଦ୍ଧ କାଳୀମେଳା ଅବସରରେ ଜେଲ ଛକ ନିକଟରେ ରାସ୍ତାକଡରେ ହସ୍ତତନ୍ତ, ଏମଏସଏମ ) ବିଭାଗର ପ୍ରାୟୋଜନରେ ହସ୍ର ଶିଳ୍ପ ଷ୍ଟଲ ଲୋକଙ୍କ ଅନ୍ୟତମ ଆକର୍ଷଣର କେନ୍ଦ୍ର ବିନ୍ଦୁ ହୋଇଛି ଓ ବ୍ୟବସାୟ କାରବାର ବହୁତ ଜୋରରେ ଚାଲିଥିବାର ଦେଖୁବାକୁ ମିଳୁଛି । ସେହିପରି କାଶୀପୁର ଠାରେ ଶ୍ମଶାନ କାଳୀଙ୍କ ପୂଜା ଧୂମଧାମରେ ପାଳିତ ହେଉଥିବାବେଳେ ସୁରତ ସୁନ୍ଦର ତୋରଣ ଲୋକଙ୍କୁ ଆକର୍ଷି ଆକର୍ଷିତ କରୁଛି । ସେହିପରି ମାଇନିଙ୍ଗ ରୋଡ, ଧାଙ୍ଗରପଡ଼ା ରେ ଅନୁଷ୍ଠିତ କାଳୀ ପୂଜା ଏବଂ ସବୁଠି ସାଂସ୍କୃତିକ କାର?୍ୟ୍ୟକ୍ରମ, ପ୍ରସାଦ ସେବନ ବ୍ୟବସ୍ଥା ଏକ ନିଆରା ପରିବେଶ ସୃଷ୍ଟି କରୁଛି ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande