
କେନ୍ଦୁଝର, ୨୮ ଅକ୍ଟୋବର(ହି.ସ.) – ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଅଳତି ବିଦ୍ୟୁତ୍ ଫିଡର କ୍ୟାମ୍ପରେ ଗତ ରାତି ହୋଇଥିବା ଚୋରି ଘଟଣାରେ ପ୍ରାୟ ୬୦ ହଜାର ଟଙ୍କାର ତମ୍ବାତାର ଚୋରି ହୋଇଛି।
ଘଟଣାଟି ରାତିରେ ଘଟିଥିବା ଅନୁମାନ କରାଯାଉଛି, ଯେଉଁ ଠାରେ ଦୁର୍ବତମାନେ କ୍ୟାମ୍ପର ତାଲା ଭାଙ୍ଗି ପ୍ରବେଶ କରିଥିଲେ। ଦିନରେ କ୍ୟମ୍ପରେ ପହଂଚିିଥିବା କର୍ମଚାରୀମାନେ ଭଙ୍ଗା ତାଲା ଏବଂ ୯୦ ମିଟରରୁ ଅଧୂକ ତମ୍ବା ତାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ। ଏହି ଘଟଣା ପରେ ବିଦ୍ୟୁତ୍ ବିଭାଗୀୟ କର୍ତୃପକ୍ଷ ରାମଚନ୍ଦ୍ରପୁର ଥାନାରେ ଏତଲା ଦେଇଛନ୍ତି। ପୋଲିସ୍ ଘଟଣାସ୍ଥଳୀରେ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ଗତ କିଛି ଦିନରେ ବିଦ୍ୟୁତ୍ ବିଭାଗର ବିଭିନ୍ନ ସ୍ଥାନରୁ ଯନ୍ତ୍ରାଂଶ ଓ ତାର ଚୋରି ହେବାର ଘଟଣା ବାରମ୍ବାର ଘଟୁଥିବା ଦେଖାଯାଉଛି। ପୋଲିସ୍ କଡ଼ା ନଜର ରଖିବା ଆବଶ୍ୟକ ବୋଲି ସ୍ଥାନୀୟ ଲୋକେ ମତ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA