ନବାନ୍ନ ପାରାୟଣ ଓ ପ୍ରବଚନର ଶୁଭାଧିବାସ
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ସ୍ଥାନୀୟ ଶ୍ରୀରାମ ଦୟା ପରିଷଦ ଆନୁକୁଲ୍ୟରେ ୪୧ ତମ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଶୁଭାଧିବାସ ମଙ୍ଗଳବାର ହୋଇଛି। ପୂଜକ ସନ୍ତୋଷ କୁମାର ଦାସଙ୍କ ମନ୍ତ୍ର ଧ୍ୱନି ମଧ୍ୟରେ କର୍ତା ମୁରଲୀଧର ଦାସ ସଙ୍କୀର୍ତନ ଶୋଭାଯାତ୍ରାରେ ଜଳଘଟ ଉତୋଳନ କରିଥିଲେ। ପାରାୟଣ ସ
NABANA PARAYAN & PRABACHAN


ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ସ୍ଥାନୀୟ ଶ୍ରୀରାମ ଦୟା ପରିଷଦ ଆନୁକୁଲ୍ୟରେ ୪୧ ତମ ରାମ ଚରିତ ମାନସ ନବାହ୍ନ ପାରାୟଣ ଓ ପ୍ରବଚନ ଶୁଭାଧିବାସ ମଙ୍ଗଳବାର ହୋଇଛି। ପୂଜକ ସନ୍ତୋଷ କୁମାର ଦାସଙ୍କ ମନ୍ତ୍ର ଧ୍ୱନି ମଧ୍ୟରେ କର୍ତା ମୁରଲୀଧର ଦାସ ସଙ୍କୀର୍ତନ ଶୋଭାଯାତ୍ରାରେ ଜଳଘଟ ଉତୋଳନ କରିଥିଲେ। ପାରାୟଣ ସାଧୁ ରାମମୋହନ ଦାସଜୀ ମହାରାଜ ଧାରକ ମଣ୍ଡଳୀ ସାନଛତା ମଠ ପୁରୀର ସାଧୁବୃନ୍ଦ କରାଇଥିଲେ। ଏହି ଦିବ୍ୟ ଅନୁଷ୍ଠାନରେ ପ୍ରତ୍ୟହ ସନ୍ଧ୍ୟାରେ ହନୁମାନ ଚାଳିଶା ଓ ଭଜନ ନାମ ସଙ୍କୀର୍ତନ ସହ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ନବ ଦିନ ବ୍ୟାପି ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ମଙ୍ଗଳ ବାର ଠାରୁ ଗୁରୁବାର ପଯ୍ୟନ୍ତ ପଣ୍ଡିତ ସୁଦର୍ଶନ ତ୍ରିପାଠୀ, ଶୁକ୍ରବାର ଠାରୁ ଶନିବାର ପଯ୍ୟନ୍ତ ପଣ୍ଡିତ ଅଶୋକ କୁମାର ଦାସ, ରବିବାର ଠାରୁ ସୋମବାର ପଯ୍ୟନ୍ତ ହୃଦାନନ୍ଦ ସାହୁ, ମଙ୍ଗଳବାର ଓ ବୁଧବାର ପଯ୍ୟନ୍ତ ସାଧୁ ମନୋହର ଦାସ ଜୀ ମହାରାଜ ପ୍ରବଚନ ଦେବେ । ପରିଷଦର ସମସ୍ତ କର୍ମ କର୍ତା ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande