
ଜୟପୁର, ୨୮ ଅକ୍ଟୋବର (ହି.ସ.)- ବୋରିଗୁମ୍ମା ଥାନା ଅଞ୍ଚଳରେ ହଜିଥିବା ୧୦ଟି ମୋବାଇଲକୁ ମାଲିକଙ୍କୁ ଫେରସ୍ତ କରାଯାଇଛି l ବୋରିଗୁମ୍ମା ଏସଡିପିଓ ସତ୍ୟବ୍ରତ ଲେଙ୍କା ଏସବୁ ଫୋନର ମାଲିକଙ୍କୁ ଫେରସ୍ତ କରିଛନ୍ତି l ଉପଭୋକ୍ତା ମାନେ ସ˚ଚାର ସାଥୀ ପୋର୍ଟାଲ ମାଧ୍ୟମରେ ହଜିଥିବା ମୋବାଇଲ ବିଷୟରେ ରେଜିଷ୍ଟ୍ରେସନ କରିଥିଲେ ମୋବାଇଲ ଫେରି ପାଇପାରିବେ ବୋଲି ପୋଲିସ ବିଭାଗ ପକ୍ଷରୁ ଏହିପରି ପଦକ୍ଷେପ ନିଆଯାଇଛି। ଆଜି ବୋରିଗୁମ୍ମା ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସତ୍ୟବ୍ରତ ଲେଙ୍କା ଏବ˚ ଥାନା ଅଧିକାରୀ ଶ୍ୱେତପଦ୍ମା ସେଟ, ରଚିତା ମାଡକାମୀ ଉପସ୍ଥିତ ରହି ବିଗତ ଦିନରେ ବିଭିନ୍ନ ସ୍ଥାନରେ ହଜିଥିବା ୧୦ଟି ମୋବାଇଲ ମାଲିକଙ୍କୁ ଫେରସ୍ତ କରିଛନ୍ତି।
ସ˚ଚାର ସାଥୀ ପୋର୍ଟାଲ ଜରିଆରେ ଜଣେ ବ୍ୟକ୍ତି ନିଜର ହଜିଥିବା କିମ୍ବା ଚୋରି ହୋଇଥିବା ମୋବାଇଲ ଫୋନକୁ ତୁରନ୍ତ ବ୍ଲକ କିମ୍ବା ଠାବ କରିପାରିବେ। ଖାଲି ସେତିକି ନୁହେଁ ଜଣକ ନାମରେ କେତୋଟି ସିମ ରହିଛି ସେ ସ˚ପର୍କିତ ତଥ୍ୟ ମଧ୍ୟ ଏହି ପୋର୍ଟାଲରୁ ମିଳି ପାରିବ ବୋଲି କହିଥିଲେ। ଏଣୁ ସମସ୍ତେ ମୋବାଇଲ ହଜିବା ପରେ ତୁରନ୍ତ ଏହି ପୋର୍ଟାଲରେ ରେଜିଷ୍ଟ୍ରେସନ କରିବାକୁ ଏସଡିପିଓ ଅନୁରୋଧ କରିଥିଲେ। ହଜି ଯାଇଥିବା ଫୋନ ପାଇବା ପରେ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି ଫୋନ ମାଲିକ।
ହିନ୍ଦୁସ୍ଥାନ ସମାଚାର / ପିକେପି