ଦୁଃଖ ଏମିତି ଆସେ, ପୁଅର ମୃତ୍ୟୁ ଖବର ଶୁଣି ମା’ର ମୃତ୍ୟୁ
ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଖଡିପଦା ପଂଚାୟତ କୋରକଦା ଗ୍ରାମର ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ (୩୫) ଦୀର୍ଘ ଦିନ ହେଲା କିଡନି ରୋଗରେ ପୀଡିତ ଥିଲେ। ମା ମୀରା ତ୍ରିପାଠୀ ନିଜ କିଡନି ଦାନ କରି ପୁଅଙ୍କ ଜୀବନ ବଂଚାଇଥିଲେ। ଦୀର୍ଘ ୨ ବର୍ଷ ଧରି ସେ ସଂଘର୍ଷ
PUA O MAA MRUTYU CASE


ଭଦ୍ରକ, ୨୮ ଅକ୍ଟୋବର (ହି.ସ.) - ଏହି ଜିଲାର ଧାମନଗର ବ୍ଲକ ଖଡିପଦା ପଂଚାୟତ କୋରକଦା ଗ୍ରାମର ଶ୍ରୀଧର ତ୍ରିପାଠୀଙ୍କ ପୁଅ ସତ୍ୟରଞ୍ଜନ ତ୍ରିପାଠୀ (୩୫) ଦୀର୍ଘ ଦିନ ହେଲା କିଡନି ରୋଗରେ ପୀଡିତ ଥିଲେ। ମା ମୀରା ତ୍ରିପାଠୀ ନିଜ କିଡନି ଦାନ କରି ପୁଅଙ୍କ ଜୀବନ ବଂଚାଇଥିଲେ। ଦୀର୍ଘ ୨ ବର୍ଷ ଧରି ସେ ସଂଘର୍ଷ କରୁଥିଲେ। ମଙ୍ଗଳବାର ସକାଳେ ସତ୍ୟରଞ୍ଜନ ନିଶ୍ୱାସ ନେବାରେ ଅସୁବିଧା ଅନୁଭବ କରିବାରୁ ଚିକିତ୍ସା ପାଇଁ କଟକକୁ ନେଇଯାଉଥିବା ବେଳେ ବାଟରେ ମୃତ୍ୟୁ ଘଟି ଯାଇଥିଲା। ପୁଅର ମୃତ୍ୟୁ ଖବର ଶୁଣି ମା ମୀରା ତ୍ରିପାଠୀଙ୍କ ମୃତ୍ୟୁ ଘଟିଛି। ଉଭୟଙ୍କର ମରଶରୀରକୁ ଶେଷକୃତ୍ୟ ପାଇଁ ପରିବାର ଓ ଗ୍ରାମବାସୀ ମାନେ ଯାଜପୁର ଜିଲ୍ଲା ବୈତରଣୀ ନଦୀର ଦଶାଶନି ଘାଟରେ ଶେଷକୃତ୍ୟ କରାଯାଇଛି। ସତ୍ୟରଞ୍ଜନ ଜଣେ ମେଳାପି, ଶାନ୍ତଶିଷ୍ଟ, ଭଦ୍ର, ନମ୍ର ଓ ଆଖଣ୍ଡଳମଣୀଙ୍କ ସେବାୟତ ଭାବେ ବେଶ୍ ପରିଚିତ ଥିଲେ। ଏହି ଖବର ଶୁଣିବା ପରେ ଗାଁରେ ଏବେ ନିରବତା ଓ ଶୋକର ଛାୟା ଖେଳିଯାଇଛି।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande