
କେନ୍ଦୁଝର, ୨୮ ଅକ୍ଟୋବର(ହି.ସ.) – ହସନପୁର ଟୋଲ ନିକଟରେ ବେଆଇନ ଭାବେ ଗୋରୁ ବୋଝେଇ ଆଣୁଥିବା ଗାଡ଼ି ଚଢ଼ାଇ ଏକ ଗୋରକ୍ଷକଙ୍କୁ ହତ୍ୟା ଉଦ୍ୟମ କରିବାର ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ରାମଚନ୍ଦ୍ରପୁର ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଉଛନ୍ତି ଯାଜପୁର ଜିଲ୍ଲାର କୁଆଖୂଆ ଅଞ୍ଚଳର ବାସିନ୍ଦା । ଗତ ୨୪ ତାରିଖ ରାତିରେ ଘଟିଥିିବା ଏହି ଘଟଣାରେ ଗୋରକ୍ଷକ ଆକାଶ ରାଜଙ୍କୁ ମାଫିଆମାନେ ଜାଣିଶୁଣି ଗାଡ଼ି ଚଢ଼ାଇଥିଲେ।
ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ କଟକର ଏସ୍.ସି.ବି. ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତି କରାଯାଇଥିଲା। ଏହି ଘଟଣା ସମ୍ପର୍କରେ ରାମଚନ୍ଦ୍ରପୁର ଥାନାରେ ୩୨୪/୨୫ ଏ ଦାୟର ହୋଇଥିଲା। ଗିରଫ ଅଭିଯୁକୁ ରହିମୁଦ୍ଦିନଙ୍କୁ ଆଜି କୋର୍ଟ ଚାଲାଣ କରାଯା ରାମଚନ୍ଦ୍ରପୁର ଥାନା ଅଧୂକାରୀ ମନୋଜ ସ୍ୱାଇଁ କରିଛନ୍ତି। ଏହି ଗିରଫକାରୀ ଘଟଣାର ବଡ଼ ସଫଳତା ଭାବେ ବିବେଚନା କରାଯାଉଛି।
ହିନ୍ଦୁସ୍ଥାନ ସମାଚାର/ସନ୍ତୋଷ/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA