ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଭୀଷଣ ବାତ୍ୟା ମୋନ୍ଥା : ଆଜି ସନ୍ଧ୍ୟା କିମ୍ବା ରାତି ସମୟରେ କାକିନାଡା ପାଖାପାଖି ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ବାତ୍ୟା ମୋନ୍ଥା ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୫ କି.ମି. ବେଗରେ ଉତର-ଉତରପଶ୍ଚିମ ଆଡକୁ ଗତି କରି ଏକ ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଏବଂ ଆଜି ସକାଳ ୫ଟା ୩୦ ସମୟରେ ସେହି ଅଂଚଳ ଉପରେ ୧୪.୭ ଡ଼ିଗ୍ରୀ ଉତର ଆକ୍ଷ
ଭୀଷଣ ବାତ୍ୟା ମୋନ୍ଥାର ଗତିପଥ


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ବାତ୍ୟା ମୋନ୍ଥା ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୫ କି.ମି. ବେଗରେ ଉତର-ଉତରପଶ୍ଚିମ ଆଡକୁ ଗତି କରି ଏକ ଭୀଷଣ ବାତ୍ୟାରେ ପରିଣତ ହୋଇଥିଲା । ଏବଂ ଆଜି ସକାଳ ୫ଟା ୩୦ ସମୟରେ ସେହି ଅଂଚଳ ଉପରେ ୧୪.୭ ଡ଼ିଗ୍ରୀ ଉତର ଆକ୍ଷାଂଶ ଏବଂ ୮୩.୧ ଡ଼ିଗ୍ରୀ ପୂର୍ବ ଦ୍ରାଘିମା ନିକଟରେ କେନ୍ଦ୍ରୀଭୂତ ହୋଇଥିଲା । ଯାହା ମଛଲିପଟନମ୍ (ଆନ୍ଧ୍ରପ୍ରଦେଶ)ରୁ ପ୍ରାୟ ୧୯୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବରେ, କାକିନାଡା (ଆନ୍ଧ୍ରପ୍ରଦେଶ)ରୁ ୨୭୦ କି.ମି. ଦକ୍ଷିଣ-ଦକ୍ଷିଣପୂର୍ବରେ, ବିଶାଖାପାଟଣା (ଆନ୍ଧ୍ରପ୍ରଦେଶ)ରୁ ୩୪୦ କି.ମି. ଦକ୍ଷିଣ-ଦକ୍ଷିଣପଶ୍ଚିମ, ଗୋପାଳପୁର(ଓଡ଼ିଶା)ରୁ ୫୫୦ କି.ମି. ଦକ୍ଷିଣ- ଦକ୍ଷିଣପଶ୍ଚିମ ଦିଗରେ ଅବସ୍ଥିତ ।

ବାତ୍ୟା ମୋନ୍ଥା ଉତର-ଉତରପଶ୍ଚିମ ଦିଗରେ ଗତି କରି ଆଜି ସନ୍ଧ୍ୟା କିମ୍ବା ରାତି ସମୟରେ କାକିନାଡା ପାଖାପାଖି ମଛଲିପଟ୍ଟନମ୍ ଏବଂ କଳିଙ୍ଗପଟନମ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି । ଯାହାର ସର୍ବାଧିକ ନିରନ୍ତର ପବନର ବେଗ ଘଂଟା ପ୍ରତି ୯୦ରୁ ୧୦୦ କି.ମି. ତଥା ସର୍ବାଧିକ ୧୧୦ କି.ମି. ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande