
ଜୟପୁର, ୨୮ ଅକ୍ଟୋବର (ହି.ସ.) - ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ରାଷ୍ଟ୍ରିୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଜିଲ୍ଲା ସହଳ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ର ପରିସରରେ ଆଜି ହୃଦରୋଗ ସମ୍ବନ୍ଧୀୟ ପରୀକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ୧୪ଟି ବ୍ଲକରୁ ଆସିଥିବା ୧୦୦ ଜଣ ଜନ୍ମରୁ ୧୮ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ହୃଦୟ ସମ୍ବନ୍ଧୀୟ ଚିକିତ୍ସା ପାଇଁ ପରୀକ୍ଷଣ ଓ ପରାମର୍ଶ ଦିଆଯାଇଥିଲା। ଏହି ଶିବିରରେ ମେଡିକଭର ବିଶାଖାପାଟଣା ଚିକିତ୍ସାଳୟର ଶିଶୁ ହୃଦରୋଗ ବିଶେଷଗ୍ୟ ଡା. ଅଶୋକ କୁମାର ରାଜୁ ଇକୋ ଯାଂଚ କରିବା ସହିତ ସମସ୍ତ ହୃଦୟ ସମ୍ବନ୍ଧୀୟ ପରୀକ୍ଷା କରିଥିଲେ। ମୋଟ ୧୦୦ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇଥିବା ବେଳେ ସେଥି ମଧ୍ୟରୁ ୪୪ଜଣ ଶିଶୁ ରୋଗୀଙ୍କୁ ଉଚ୍ଚତର ଚିକିତ୍ସା ନିମନ୍ତେ ମେଡିକଭର ହସପିଟାଲକୁ ପଠାଯିବ ବୋଲି ରାଷ୍ଟ୍ରିୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସନ୍ତୋଷୀ କୁମାରୀ ଗୋପି ପ୍ରକାଶ କରିଛନ୍ତି। ଏହି ଶିବିରରେ ଡିଏମଓ ଡା.ଦିଲ୍ଲିପ ବିଶ୍ୱାଳ, ଶିଶୁ ବିଶେଷଗ୍ୟ ଦୁର୍ଗା ପ୍ରସାଦ ପାତ୍ର ଏବପ୍ସ ହସପିଟାଲ ମ୍ୟାନେଜର ରୁପସୀ ମଧୁମିତା ଓ ତଥାଗତ ଦାସ, ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ମ୍ୟାନେଜର ସନ୍ତୋଷୀ କୁମାରୀ ଗୋପି ଓ ଜିଲ୍ଲା ସହଳ ପରୀକ୍ଷା ଓ ଚିକିତ୍ସା କେନ୍ଦ୍ରର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
ହିନ୍ଦୁସ୍ଥାନ ସମାଚାର / ପିକେପି