
ଜୟପୁର, ୨୮ ଅକ୍ଟୋବର (ହି.ସ.)- ମୋନ୍ଥାର ପ୍ରଭାବର ଜୟପୁର ତହସିଲର ଲୋକେ ଯେପରି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେଥି ନିମନ୍ତେ ଜୟପୁର ତହସିଲର ବାଲିଆ ଠାରେ ଥିବା ବାତ୍ୟା ଆଶ୍ରୟସ୍ଥଳକୁ ତହସିଲଦାର ଅନୁଧ୍ୟାନ କରି ଫେରିଛନ୍ତି। ତହସିଲଦାର ସବ୍ୟସାଚ୍ଚୀ ଜେନା କହିଛନ୍ତି ଗତକାଲି ଜୟପୁର ତହସିଲର ସମସ୍ତ ଆର ଆଇ ଓ କର୍ମଚାରୀଙ୍କୁ ନେଇ ଏକ ବୈଠକ କରାଯାଇଥିଲା। ଉକ୍ତ ବୈଠକରେ ମୋନ୍ଥା ବାତ୍ୟାରେ ତଦାରଖ କରିବା ପାଇଁ ତାଗିଦ କରାଯାଇଥିଲା। ସମସ୍ତ ଆରଆଇଙ୍କୁ ଟାରପଲିନ ଦିଆଯାଇଛି ଏବ˚ ଏଲର୍ଟ ହୋଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ଆଶ୍ରୟ ସ୍ଥଳରେ ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ବିଷୟରେ ଅନୁଧ୍ୟାନ କରାଯାଇଥିଲା। ଆଜି ଅପରାହ୍ନ ସୁଦ୍ଧା ଜୟପୁର ତହସିଲରେ ସେପରି କିଛି ଦେଖା ଦେଇନାହିଁ। ଯଦି କିଛି ହୁଏ ତେବେ ସମସ୍ତ କର୍ମଚାରୀ ସଜାଗ ହୋଇ ରହିଛନ୍ତି ବୋଲି ପ୍ରକାଶ କରିଥିଲେ।
ଆଜି ଏହି ପରିଦର୍ଶନ ସମୟରେ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ସୁପରଭାଇଜର ହରିହର ଶତପଥୀଙ୍କ ସମେତ ଅନ୍ୟ କର୍ମଚାରୀ ଉପସ୍ଥିତ ଥିଲେ।
ହିନ୍ଦୁସ୍ଥାନ ସମାଚାର / ପିକେପି