କେନ୍ଦୁଝର ଜିଲ୍ଲା ରେ ୟାଟସ୍‌ର ର ୧୯ତମ ସଂସ୍କରଣ ଟାଟାଷ୍ଟିଲ୍‌ର ଯୁବ ଜ୍ୟୋତିର୍ବିଜ୍ଞାନ ଅନ୍ୱେଷଣ କାର୍ଯ୍ୟକ୍ରମ; ଭାଗନେଲେ ୬୩୮୮ ବିଦ୍ୟାର୍ଥୀ
କେନ୍ଦୁଝର, ୨୮ ଅକ୍ଟୋବର (ହି.ସ.) - ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମ, ଭୁବନେଶ୍ୱର ସହଯୋଗରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌’)ର ୧୯ତମ ସଂସ୍କରଣ ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କେନ୍ଦ
କେନ୍ଦୁଝର ଜିଲ୍ଲା ରେ ୟାଟସ୍‌ର ର ୧୯ତମ ସଂସ୍କରଣ ଟାଟାଷ୍ଟିଲ୍‌ର ଯୁବ ଜ୍ୟୋତିର୍ବିଜ୍ଞାନ ଅନ୍ୱେଷଣ କାର୍ଯ୍ୟକ୍ରମ; ଭାଗନେଲେ ୬୩୮୮ ବିଦ୍ୟାର୍ଥୀ


କେନ୍ଦୁଝର, ୨୮ ଅକ୍ଟୋବର (ହି.ସ.) - ଟାଟା ଷ୍ଟିଲ୍ ପକ୍ଷରୁ ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ଅଧିନ ପଠାଣୀ ସାମନ୍ତ ପ୍ଲାନେଟୋରିୟମ, ଭୁବନେଶ୍ୱର ସହଯୋଗରେ ଆୟୋଜିତ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍‌’)ର ୧୯ତମ ସଂସ୍କରଣ ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କେନ୍ଦୁଝର ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି।

ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ମହାକାଶ ବିଜ୍ଞାନକୁ ନେଇ ଆଗ୍ରହ ଓ ଅନ୍ୱେଷଣକୁ ନେଇ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଓ କେନ୍ଦୁଝର ଜିଲ୍ଲା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଷଷ୍ଠରୁ ଦଶମ ଶ୍ରେଣୀର ପ୍ରାୟ ୬୩୮୮ ଛାତ୍ରଛାତ୍ରୀ ଭାଗ ନେଇଥିଲେ ।

ଏହି କାର୍ଯ୍ୟକ୍ରମ ଅନ୍ତର୍ଗତ ନବମ ଓ ଦଶମ ଶ୍ରେଣୀ ବିଦ୍ୟାର୍ଥୀମାନଙ୍କ ପାଇଁ ଚହୁବିଧ ପସନ୍ଦର ପ୍ରଶ୍ନ (ଏମ୍‌ସିକ୍ୟୁ) ପରୀକ୍ଷା ସହିତ ଷଷ୍ଠ ରୁ ଅଷ୍ଟମ ଶ୍ରେଣୀର ପିଲାମାନଙ୍କ ପାଇଁ କୁଇଜ, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଠି ଛାତ୍ରଛାତ୍ରୀଙ୍କୁ ଜ୍ୟୋତିର୍ବିଜ୍ଞାନ ଓ ମହାକାଶ ବିଜ୍ଞାନ ଉପରେ ଜ୍ଞାନ ଅନ୍ୱେଷଣ ଓ ପ୍ରଦର୍ଶନ କରିବାର ଏକ ପ୍ଲାଟଫର୍ମ ଯୋଗାଇଥିଲା ।

ଭାରତ ସରକାରଙ୍କ ଗଗନାୟନ ମିଶନ ଅନୁସାରେ ୟାଟସ୍ ୨୦୨୫ ସଂସ୍କରଣ ବିଷୟବସ୍ତୁ ହେଉଛି - ଆଜିର ନକ୍ଷତ୍ରଦର୍ଶୀ, କାଲିର ମହାକାଶଯାତ୍ରା ଯାହା ଦେଶର ମାନବ ମହାକାଶ ଭ୍ରମଣ ଦକ୍ଷତାକୁ ଦର୍ଶାଉଛି। ଗତ ୧୮ବର୍ଷ ଭିତରେ ୟାଟସ ସାରା ଓଡ଼ିଶାରେକ୍ତ ଛାତ୍ରଛାତ୍ରୀମାନଙ୍କୁ ମହାକାଶ ବିଜ୍ଞାନକୁ ଅନ୍ୱେଷଣ କରିବାକୁ ଅନୁପ୍ରାଣିତ କରିଛି ।

ଏହି କାର୍ଯ୍ୟକ୍ରମରେ ୪.୭୧ ଲକ୍ଷ ଛାତ୍ରଛାତ୍ରୀ ଭାଗ ନେଇଥିବା ବେଳେ ୨୩୦ ବିଜେତା ଭାରତୀୟ ମହାକାଶ ଗବେଷଣ ସଂସ୍ଥା ପରିଦର୍ଶନ କରିଛନ୍ତି ।

ଏହି କାର୍ଯ୍ୟକ୍ରମର ରାଜ୍ୟ ସ୍ତରୀୟ ଅନ୍ତିମ ପ୍ରତିଯୋଗୀତା ଆସନ୍ତା ଡିସେମ୍ବର ମାସରେ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ ।

ହିନ୍ଦୁସ୍ଥାନ ସମାଚାର / SANTOSH KUMAR MOHAPATRA


 rajesh pande