ବାତ୍ୟା ମୋନ୍ଥା ପ୍ରଭାବରେ ୨୮ ଓ ୨୯ ତାରିଖ ପାଇଁ ପବନ ନେଇ ଚେତାବନୀ
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ବାତ୍ୟା ମୋନ୍ଥା ପ୍ରଭାବରେ ପବନ ନେଇ ୨୮ ତାରିଖ ପାଇଁ ୬ ଜିଲ୍ଲା( ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୫ ଜିଲ୍ଲା(ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା)କୁ ଅରେଞ୍ଜ ୱାର୍ଣ୍ଣିଂ
ବାତ୍ୟା ମୋନ୍ଥା ପ୍ରଭାବରେ ୨୮ ଓ ୨୯ ତାରିଖ ପାଇଁ ପବନ ନେଇ ଚେତାବନୀ


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ.)- ବାତ୍ୟା ମୋନ୍ଥା ପ୍ରଭାବରେ ପବନ ନେଇ ୨୮ ତାରିଖ ପାଇଁ ୬ ଜିଲ୍ଲା( ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରି)କୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୫ ଜିଲ୍ଲା(ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗିର, ନୂଆପଡ଼ା)କୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଏହା ବ୍ୟତୀତ ଅନ୍ୟ ୧୨ ଜିଲ୍ଲା(କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, ଢ଼େଙ୍କାନାଳ, ନୟାଗଡ଼, ଅନୁଗୁଳ, ସମ୍ବଲପୁର, ବରଗଡ଼, ସୋନପୁର)କୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ସେହିପରି ୨୯ ତାରିଖରେ ପବନ ନେଇ ୪ ଜିଲ୍ଲା ( ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି)କୁ ରେଡ୍ ୱାର୍ଣ୍ଣିଂ, ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ଏବଂ ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୪୦ରୁ ୫୦ କି.ମି. ଏହାର ଝଟ୍‌କା ୬୦ କି.ମି.କୁ ଛୁଇଁପାରେ । ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୫୦ରୁ ୬୦ କି.ମି. ଏହାର ଝଟ୍‌କା ୭୦ କି.ମି.କୁ ଛୁଇଁପାରେ । ରେଡ୍ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲା ଗୁଡିକରେ ପବନର ବେଗ ଘଂଟା ପ୍ରତି ୬୦ରୁ ୭୦ କି.ମି. ଏହାର ଝଟ୍‌କା ୮୦ କି.ମି.କୁ ଛୁଇଁପାରେ । ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଜାରି ହୋଇଥିବା ଟ୍ୱିଟ୍ ରୁ ଏହି ସୂଚନା ମିଳିଛି ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande