ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାରଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତଚରଣ ଙ୍କ ପରିଦର୍ଶନ ଓଡ଼ିଶାର ଐତିହ୍ୟସଂରକ୍ଷଣ କରିବାରେ ଏଏସଆଇ ବିପଥଗାମୀ ହୋଇଛି-ପଦ୍ମଶ୍ରୀ ଗଡନାୟକ
ବଲାଙ୍ଗିର, ୨୮ ଅକ୍ଟୋବର (ହି.ସ.)- ଗତକାଲି ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟର ପୂର୍ବତନ ଡାଇରେକ୍ଟରଜେନେରାଲ ପଦ୍ମଶ୍ରୀ ଅଦ୍ୱେତଚରଣ ଗଡନାୟକ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟପୀଠ ୬୪ ଯୋଗିନୀ ରାଣୀପୁର-ଝରିଆଳକୁ ସପତ୍ନୀକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ୬୪ ଯୋଗିନୀ, ଇନ୍ଦ୍ରଲାଠ,
ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାରଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତଚରଣ ଙ୍କ ପରିଦର୍ଶନ ଓଡ଼ିଶାର ଐତିହ୍ୟସଂରକ୍ଷଣ କରିବାରେ ଏଏସଆଇ ବିପଥଗାମୀ ହୋଇଛି-ପଦ୍ମଶ୍ରୀ ଗଡନାୟକ


ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାରଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତଚରଣ ଙ୍କ ପରିଦର୍ଶନ ଓଡ଼ିଶାର ଐତିହ୍ୟସଂରକ୍ଷଣ କରିବାରେ ଏଏସଆଇ ବିପଥଗାମୀ ହୋଇଛି-ପଦ୍ମଶ୍ରୀ ଗଡନାୟକ


ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାରଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତଚରଣ ଙ୍କ ପରିଦର୍ଶନ ଓଡ଼ିଶାର ଐତିହ୍ୟସଂରକ୍ଷଣ କରିବାରେ ଏଏସଆଇ ବିପଥଗାମୀ ହୋଇଛି-ପଦ୍ମଶ୍ରୀ ଗଡନାୟକ


ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାରଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତଚରଣ ଙ୍କ ପରିଦର୍ଶନ ଓଡ଼ିଶାର ଐତିହ୍ୟସଂରକ୍ଷଣ କରିବାରେ ଏଏସଆଇ ବିପଥଗାମୀ ହୋଇଛି-ପଦ୍ମଶ୍ରୀ ଗଡନାୟକ


ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାରଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତଚରଣ ଙ୍କ ପରିଦର୍ଶନ ଓଡ଼ିଶାର ଐତିହ୍ୟସଂରକ୍ଷଣ କରିବାରେ ଏଏସଆଇ ବିପଥଗାମୀ ହୋଇଛି-ପଦ୍ମଶ୍ରୀ ଗଡନାୟକ


ରାଣୀପୁର-ଝରିଆଳକୁ ବିଶିଷ୍ଟ ମୂର୍ତ୍ତିକାରଶୀଲ୍ପି ପଦ୍ମଶ୍ରୀ ଅଦ୍ୱେତଚରଣ ଙ୍କ ପରିଦର୍ଶନ ଓଡ଼ିଶାର ଐତିହ୍ୟସଂରକ୍ଷଣ କରିବାରେ ଏଏସଆଇ ବିପଥଗାମୀ ହୋଇଛି-ପଦ୍ମଶ୍ରୀ ଗଡନାୟକ


ବଲାଙ୍ଗିର, ୨୮ ଅକ୍ଟୋବର (ହି.ସ.)- ଗତକାଲି ନ୍ୟାସନାଲ ଗ୍ୟାଲେରୀ ଅଫ ମଡର୍ଣ୍ଣ ଆର୍ଟର ପୂର୍ବତନ ଡାଇରେକ୍ଟରଜେନେରାଲ ପଦ୍ମଶ୍ରୀ ଅଦ୍ୱେତଚରଣ ଗଡନାୟକ ବଲାଙ୍ଗୀର ଜିଲ୍ଲାର ପ୍ରସିଦ୍ଧ ଐତିହ୍ୟପୀଠ ୬୪ ଯୋଗିନୀ ରାଣୀପୁର-ଝରିଆଳକୁ ସପତ୍ନୀକ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ୬୪ ଯୋଗିନୀ, ଇନ୍ଦ୍ରଲାଠ,ସୋମେଶ୍ୱରମନ୍ଦିର ଓ ରାଣିପୁରର ରାଣିମହଲ,ପିଲପରୁଆ,ନବଗ୍ରହ ମୂର୍ତ୍ତି, ସପ୍ତଋଷି, ମାଗୁରମାଛ ସହ ଚାମୁଣ୍ଡା ମୂର୍ତ୍ତି ଦର୍ଶନ କରି ଅଭିଭୁତ ହୋଇଯାଇଛନ୍ତି । ନବମଶତାବ୍ଦୀର ଏହି ସ୍ଥାପତ୍ୟକଳା ଏତେ ଉଚ୍ଚକୋଟିର ଥିଲା ଓ ଶିଲ୍ପୀମାନଙ୍କ ସ୍ଥାନଚୟନକୁ ସେ ଉଚ୍ଚପ୍ରସଂସା କରିଛନ୍ତି । ଏକ ବିଶାଳ ପଥର ଚଟାଣ ଉପରେ ନିର୍ମିତ ୬୪ ଯୋଗିନୀପୀଠ ଏକ ଜାତୀୟ ଐତହ୍ୟ ଭାବରେ ପରିଗଣିତ ହୋଇଥାଏ । ତେବେ ଏଭଳି ଏକ ଆନ୍ତର୍ଯ୍ୟାତିୟ ସ୍ତରର ଐତିହ୍ୟପୀଠର ସଂରକ୍ଷଣ କରିବାରେ ସରକାର ମାନେ ବିଫଳ ହୋଇଥିବା ତଥା ଭାରତୀୟ ପ୍ରତ୍ନତତ୍ୱବିଭାଗ (ଏଏସଆଇ) ସଠିକ ଢଙ୍ଗରେ କାମ କରିନଥିବା କହି କ୍ଷୋଭ ପ୍ରକାଶ କରିଛନ୍ତି । ନବମ ଶତାବ୍ଦୀରେ ନିର୍ମତ ଏହି ପୀଠର ପାରିପାଶ୍ୱିର୍କ ସ୍ଥିତିକୁ ଦେଖି ସେ ଭାବବିହ୍ୱଳ ହୋଇପଡି ଥିଲେ । ଏହି ପରିଦର୍ଶନ ପରେ ସେ ବଲାଙ୍ଗୀର ଫେରି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଓଡ଼ିଶାରେ ଏତିହ୍ଯ ସଂରକ୍ଷଣରେ ଏଏସ୍ଆଇ ବିପଥଗାମୀ ହୋଉଛି ବୋଲି କହିଛନ୍ତି l ରାଣୀପୁର-ଝରିଆଲ ପୀଠର ସଂରକ୍ଷଣ ପାଇଁ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି । ସ୍ଥାନୀୟ ଜନସାଧାରଣ ,ବୁଦ୍ଧିଜୀବି ଓ ସରକାରଙ୍କ ମିଳିତ ଉଦ୍ୟମ ହେଲେ ଏଭଳି ଐତିହ୍ୟପୀଠର ସର୍ବାଙ୍ଗୀନ ବିକାଶ ହୋଇପାରିବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏକ ଦୀର୍ଘଦିନର ଅବହେଳିତ ଅଞ୍ଚଳରେ ପୂର୍ବକାଳରେ ଯେ,ଏକ ସମୃଦ୍ଧ ଐତିହ୍ୟସ୍ଥଳୀ ରହିଥିଲା ଓ ଏହା ଏ ଅଞ୍ଚଳର ଉନ୍ନତ ସଭ୍ୟତାକୁ ସୂଚାଏ । ଦୀର୍ଘବର୍ଷର ଅବହେଳା ଯୋଗୁଁ ୬୪ ଯୋଗିନୀପୀଠର ମୂର୍ତ୍ତିଗୁଡିକ ର ଅବସ୍ଥା ଖରାପ ହୋଇଗଲାଣି । ଜାତୀୟ ପ୍ରତ୍ନତତ୍ୱବିଭାଗ କେବଳ ମୂର୍ତ୍ତିଗୁଡିକୁ ଲୁହାଜାଲି ଲଗାଇ ସଂରକ୍ଷଣ କରିଛି । ୬୪ ଯୋଗିନୀ ହେଉଛି ବିଶ୍ୱର ଏକ ବିରଳ ମୂର୍ତ୍ତିକଳା ଓ ସ୍ଥlପତ୍ୟର ପଦଚିହ୍ନ । ଏକ ବିରାଟ ପଥର ପାହାଡରେ ଏହାକୁ ନିର୍ମାଣ କରାଯାଇଛି । ଏହାକୁ ନିର୍ମାଣ କରିଥିବା ଶିଲ୍ପୀମାନେ ଯେଉଁ ଭାବଦେଇ ଏହାକୁ ଗଢିଥିଲେ ତାରଜାଲି ଲଗାଇ ତାକୁ ବିପଥଗାମୀ କରିଦିଆଯାଇଛି । ଇନ୍ଦ୍ରଲାଠ ମନ୍ଦିରରେ ଯେଉଁ କାରୁକାର୍ଯ୍ୟ ହୋଇଥିଲା ଏଏସଆଇ ତାକୁ ସଂରକ୍ଷଣ କରିବାରେ ବିଫଳ ହୋଇଛି । ଲଗାଯାଇଥିବା ପ୍ରଲେପକୁ ଠିକ ଢଙ୍ଗରେ ଲଗାଯାଇନାହିଁ । ଆଜି ଟେକ୍ନୋଲୋଜି ବହୁତ ଆଗକୁ ଗଲାଣି । ଆଇଆଇଟି ମାନଙ୍କରେ ଏନେଇ ଯଥେଷ୍ଟ ଗବେଷଣା ହେଉଛି ,ଏଭଳି ମୂର୍ତ୍ତିଗୁଡିକ ଅବିକଳ ନିର୍ମାଣ କରାଯାଇ ପାରିଥାନ୍ତା । କିନ୍ତୁ, ଏଏସଆଇ ଏହି କାମକୁ ବିଶେଷଜ୍ଞ ମାନଙ୍କ ଦ୍ୱାରା ନକରାଇ କେବଳ ଠିକାଦାର ଶ୍ରମିକମାନଙ୍କ ଦ୍ୱାରା କରାଇଛି ବୋଲି କ୍ଷୋଭପ୍ରକାଶ କରିଛନ୍ତି । ଏପରିକି ଏଏସଆଇ ର ଏଭଳି କାମକୁ ସେ ଆଇଏସଆଇର କାମ ଭଳି କରାଯାଉଛି ବୋଲି ଅଭିଯୋଗ ଉଠାଇ ଛନ୍ତି । ଇନ୍ଦ୍ରଲାଠ ମନ୍ଦିରରେ ଭାଙ୍ଗିଥିବା ସ୍ଥାନରେ ସାଧାରଣ ଇଟା ଲଗାଯାଇ ମରାମତି କରା ଯାଇଛି ଯାହାକି ହେବାକଥା ନୁହଁ । ଏହା ଫଳରେ ଐତିହ୍ୟ ସଂରକ୍ଷଣ ବଦଳରେ କ୍ଷତିହେଉଛି ବୋଲି କହିଥିଲେ । ଆଜି ପର୍ଯ୍ୟନ୍ତ ଏହି ପୀଠରେ ପର୍ଯ୍ୟଟକଙ୍କ ପାଇଁ ସାମାନ୍ୟତମ ସୁବିଧା ଉପଲବ୍ଧ କରାଯାଇପରିନାହିଁ । ଏହା ଏଭଳି ଏକ ଐତିହ୍ୟପୀଠ ପ୍ରତି ଚରମ ଅବହେଳା ତଥା ଅପମାନର କଥା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ଏବେ ରାଣୀପୁର-ଝରିଆଳ ଉପରେ ଐତିହ୍ୟ ଗବେଷକଙ୍କ ଦ୍ୱାରା ଅଧିକ ଗବେଷଣା କରାଯାଇ ବିଶେଷଜ୍ଞ ଟିମ ଦ୍ୱାରା ଏକ ସ୍ୱତନ୍ତ୍ର ପ୍ରୋଜେକ୍ଟରିପୋର୍ଟ ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ଗଡନାୟକ ମତଦେଇଛନ୍ତି । ଆଗକୁ ସେ ଏନେଇ କେନ୍ଦ୍ରସରକାର,ରାଜ୍ୟସରକାର ଓ ଏଏସଆଇକୁ ପ୍ରସ୍ତାବ ଦେବେ ବୋଲିଗଣମାଧ୍ୟମ ଆଗରେ କହିଛନ୍ତି । ପଦ୍ମଶ୍ରୀ ଗଡନାୟକଙ୍କ ଏହି ପରିଦର୍ଶନ ସମୟରେ ତାଙ୍କ ଧର୍ମପତ୍ନୀ ମୂର୍ତ୍ତିକାର ନିବେଦିତା ମିଶ୍ର,ବିଭୁଦତ୍ତ ମିଶ୍ର,ପ୍ରମୋଦକୁମାର ସାହୁ,ଝରିଆଳ ଉନ୍ନୟନ କମିଟିର ଅନିଳ ତ୍ରୀପାଠୀ ଓ ଅନ୍ୟମାନେ ଉପସ୍ଥିତ ରହିଥିଲେ।

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande