ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଲ୍ୟାଣ୍ଡଫଲ କରିବ ମୋନ୍ଥା
ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ)- ବାତ୍ୟା ମୋନ୍ଥା ଭୀଷଣ ବାତ୍ୟାର ରୂପ ନେଇ ବର୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି। ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୨ କିମି ବେଗରେ ଗତି କରୁଛି। ଏହା ଉତର ଉତର ପଶ୍ଚିମ ଦିଗ ଦେ
ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଲ୍ୟାଣ୍ଡଫଲ କରିବ ମୋନ୍ଥା


ଭୁବନେଶ୍ୱର, ୨୮ ଅକ୍ଟୋବର (ହି.ସ)- ବାତ୍ୟା ମୋନ୍ଥା ଭୀଷଣ ବାତ୍ୟାର ରୂପ ନେଇ ବର୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି। ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି। ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୨ କିମି ବେଗରେ ଗତି କରୁଛି। ଏହା ଉତର ଉତର ପଶ୍ଚିମ ଦିଗ ଦେଇ ଗତି କରିବା ସହ ଆଜି ସନ୍ଧ୍ୟା କିମ୍ବା ରାତି ସୁଦ୍ଧା ଏହା କାକାନାଡା ପାଖାପାଖି ମଛଲିପାଟନମ ଏବଂ କଳିଙ୍ଗାପାଟନମ ମଝିରେ ସ୍ଥଳଭାଗ ଅତିକ୍ରମ କରିବ। ବାତ୍ୟା ଅତିକ୍ରମ କରିବା ବେଳେ ଏହା ଭୀଷଣ ବାତ୍ୟାର ରୂପ ନେବ । ଏହି ସମୟରେ ୯୦-୧୦୦ କିମି ବେଗରେ ପବନ ଓ ଝଟକା ପବନ ୧୧୦ କିଲୋମିଟର ପର୍ଯ୍ୟନ୍ତ ହେବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ମନୋରମା ମହାନ୍ତି ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ବାତ୍ୟା ମୋନ୍ଥା ପ୍ରଭାବରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବ। ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରିରେ ରହିବ ସର୍ବାଧିକ ପବନର ପ୍ରଭାବ ରହିବ। ଆଗାମୀ ୨୪ ଘଣ୍ଟା ରେ ସାରା ଓଡ଼ିଶାରେ ବର୍ଷା ସହ ଗଂଜାମ, ଗଜପତି, ରାୟଗଡା, କୋରାପୁଟ, ମାଲକାନଗିରି ଏହି ୫ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଗୋଟେ କିମ୍ବା ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷାକୁ ନେଇ ରେଡ ଆଲର୍ଟ ଜାରି କରାଯାଇଛି। ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,ନୟାଗଡ, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୧୯ ଜିଲ୍ଲା ଯେପରିକି ନୂଆପଡା ବଲାଙ୍ଗୀର ସୋନପୁର ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ସମ୍ବଲପୁର ,ବରଗଡ଼, ଝାରସୁଗୁଡା, ଦେଓଗଡ, କେନ୍ଦୁଝର , ମୟୁରଭଞ୍ଜ , ସୁନ୍ଦରଗଡ, କଟକ, ଜଗତସିଂପୁର, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ବର୍ଷା ନେଇ ହଳଦିଆ ୱାର୍ଣ୍ଣିଂ ଜାରି ହୋଇଛି। ଏସବୁ ଜିଲ୍ଲାରେ ୬୦ ରୁ ୭୦ କିମି ଘଣ୍ଟା ପ୍ରତି ପବନ ଓ ଝଟକା ପବନ ୮୦ କିମି ପ୍ରତି ଘଣ୍ଟାରେ ରହିବ। ଆସନ୍ତାକାଲି ସାରା ଓଡ଼ିଶାରେ ବର୍ଷା ହେବା ସହ ସହ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନାକୁ ନେଇ ମାଲକାନଗିରି କୋରାପୁଟ ରାୟଗଡା କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ରେଡ ଆଲର୍ଟ ଜାରି କରିଛି ବିଭାଗ। ସେହିପରି ଗଜପତି କନ୍ଧମାଳ ଓ ବଲାଙ୍ଗୀର ୪ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଅରେଞ୍ଜ ସହ ଅବଶିଷ୍ଟ ୨୧ ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ବିଭାଗ। ୩୦ ତାରିଖରେ ଉତର ଓଡ଼ିଶାର ୫ ଜିଲ୍ଲା ଯେପରିକି ସମ୍ବଲପୁର ,ଝାରସୁଗୁଡା ,ସୁନ୍ଦରଗଡ, ଦେଓଗଡ କେନ୍ଦୁଝର ଓ ମୟୁରଭଞ୍ଜରେ ପ୍ରବଳ ବର୍ଷା ଜାରି ରହିବା ସହ ୧ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

ପବନର ବେଗ ଅôଦକ ଥିବାରୁ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର କୂଳକୁ ଯିବାକୁ ମନା କରାଯାଇଛି। ବନ୍ଦର ଗୁଡିକ ପାଇଁ ରହିଛି ୨ ନମ୍ବର ବିପଦ ସଂକେତ ରହିଥିବା ବିବେଳେ ଗୋପାଳପୁର ରେ ୧ ନମ୍ବର ବିପଦ ସଂକେତ ଜାରି ହୋଇଛି। ବିଶେଷ ଭାବେ ମାଲକାନଗିରି, ଗଜପତି ଗଂଜାମ, କୋରାପୁଟ କଳାହାଣ୍ଡି ଓ ନବରଙ୍ଗପୁର ଏହି ୬ ଜିଲ୍ଲା ବାତ୍ୟାର ପ୍ରଭାବ ଅଧିକ ହେବାକୁ ଥିବା ବେଳେ ଭୁସ୍ଖଳନ ସହ କଚ୍ଚା ଘର ଭାଙ୍ଗିବା ,ଗଛ ପଡିବା ଓ କୁତ୍ରିମ ବନ୍ୟା ସ୍ଥିତି ଭୟ ରହିଥିବାରୁ ତଳୁଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande