
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.)- ବାତ୍ୟାକୁ
ନେଇ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓଙ୍କ ପ୍ରତିକ୍ରିୟା ରଖିଛନ୍ତି । ବାତ୍ୟା ପାଇଁ ସରକାର
ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଶକ୍ତି ବିଭାଗ ତରଫରୁ ଇଲେକ୍ଟ୍ରି ଖୁଣ୍ଟ ଭାଙ୍ଗିଲେ ତୁରନ୍ତ
ଲଗାଇବା ପାଇଁ ବ୍ୟବସ୍ଥା ହୋଇଛି। ବାତ୍ୟା ପ୍ରଭାବିତ 9 ଜିଲ୍ଲାରେ ତାର, ଟ୍ରାନ୍ସଫର୍ମର, ଇଲେକ୍ଟ୍ରି
ଖୁଣ୍ଟ ମହଜୁଦ କରି ରଖାଯାଇଛି। ବାତ୍ୟା ଟଳିବାର 48 ଘଂଟା ମଧରେ
ଇଲେକ୍ଟ୍ରି ରିଷ୍ଟୋର କରାଯିବ। ବର୍ତ୍ତମାନ ଅମଳ
ସମୟ ଥିବାରୁ ବର୍ଷା ହେଲେ ଧାନ ନଷ୍ଟ ହେବାର
ସମ୍ଭାବନା ଅଛି। ଜିଲ୍ଲାପାଳଙ୍କୁ ତୁରନ୍ତ ରିପୋର୍ଟ ପାଇଁ କୁହାଯାଇଛି। ଦାନା ସମୟରେ 7 ଦିନ ଭିତରେ ଟଙ୍କା ଦିଆଯାଇଥିଲା। ଏବେ ମଧ୍ୟ ସେହି ଢଂଗରେ କ୍ଷତିପୂରଣ ଦିଆଯିବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା