
ପୁରୀ, ୨୮ ଅକ୍ଟୋବର (ହି.ସ.)- ବୈଧ ଓଜନ ମାପ ନିୟନ୍ତ୍ରକଙ୍କ ନିର୍ଦ୍ଦେଶ ଅନୁଯାୟୀ ଆଜି ପୁରୀର ବିଭିନ୍ନ ଏଲପିଜି ଡିଲରଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ଚଢଉ କରାଯାଇଥିଲା। ଏହି ଚଢ଼ଉ ସମୟରେ ସିଲିଣ୍ଡର ଓଜନ ପାଇଁ ବ୍ୟବହାର ହେଉଥିବା ଓଜନ ମେସିନର ଯାଞ୍ଚ ମଧ୍ୟ କରାଯାଇଥିଲା। ଏହା ସହିତ ଭର୍ତ୍ତି ହୋଇଥିବା ଏଲପିଜି ସିଲିଣ୍ଡରର ଓଜନ ଠିକ୍ ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି । ଏଲପିଜି ସିଲିଣ୍ଡରର ଓଜନ ଠିକ ରହିଥିଲା ବେଳେ ଅନ୍ୟ ନିୟମ ଉଲଙ୍ଘନ ପାଇଁ ୧୨ ହଜାର ଟଙ୍କାର ଜୋରିମାନା ଆଦାୟ କରାଯାଇଥିଲା। ଏହା ସହ ବିଭିନ୍ନ ପରିବା ଏବଂ ଗ୍ରୋସେରୀ ଦୋକାନ ଉପରେ ମଧ୍ୟ ଚଢ଼ଉ କରାଯାଇଥିଲା।
ହିନ୍ଦୁସ୍ଥାନ ସମାଚାର / ବିଜୟ