
ଭୁବନେଶ୍ୱର, 28 ଅକ୍ଟୋବର (ହି.ସ.)- ଗତ ୬
ଘଣ୍ଟାରେ ୧୫ କିଲୋମିଟର ପ୍ରତିଘଣ୍ଟା ବେଗରେ ଗତି କରି ଆଜି ୫.୩୦ ରେ ଭୀଷଣ ବାତ୍ୟାରେ ପରିଣତ
ହୋଇଛି । ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ
ରହିଛି । ଆଜି ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତିକରି ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ଉପକୂଳ
ଅତିକ୍ରମ କରି କାକିନାଡ଼ା ନିକଟରେ ସ୍ଥଳଭାଗ ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ
କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି । ପବନର ବେଗ ୯୦-୧୦୦ କିଲୋମିଟର ପ୍ରତି
ଘଣ୍ଟା ରହିବ। ଝଟକା ପବନ ୧୧୦ ପର୍ଯ୍ୟନ୍ତ ରହିବ
। ଏହା ସହ ଗଞ୍ଜାମ, ଗଜପତି, ରାୟଗଡ଼ା,
ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି
ଜିଲ୍ଲାରେ ବଳବତ୍ତର ରହିଛି ରେଡ଼ ୱାର୍ଣ୍ଣିଂ । ଗୋପାଳପୁର ବନ୍ଦର ପାଇଁ ୩ ନମ୍ବର ବିପଦ ସଙ୍କେତ
ଓ ଅନ୍ୟ ବନ୍ଦର ପାଇଁ ୨ ନମ୍ବର ବିପଦ ସଙ୍କେତ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା