
ପୁରୀ, ୨୮ ଅକ୍ଟୋବର (ହି.ସ.)- ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ମନ୍ଦିରରେ ଚଳିତ ମାସ ୩୧ ତାରିଖରେ ଅନୁଷ୍ଠିତ ହେବ ପ୍ରସିଦ୍ଧ ଅଁଳା ନବମୀ ଓ ରାଧା ପାଦ ଦର୍ଶନ। ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ସେବାୟତ ସଂଘ ପକ୍ଷରୁ ଏଥିପାଇଁ ଦେବ ନୀତି ନିର୍ଘଣ୍ଟ ହୋଇଛି। ଗତକାଲି ଅପରାହ୍ନରେ ପଞ୍ଚସଖା ସ୍ମୃତି ଭବନ ଠାରେ ଅନୁଷ୍ଠିତ ଦ୍ବିତୀୟ ସମନ୍ୱୟ ବୈଠକରେ ଏହାକୁ ସେବାୟତ ସଂଘ ପକ୍ଷରୁ ସାର୍ବଜନୀନ କରାଯାଇଥିଲା। ଅଁଳା ନବମୀ ଅକ୍ଟୋବର ୩୧ ତାରିଖ ଶୁକ୍ରବାର ଦିନ ଅନୁଷ୍ଠିତ ହେବ। ଦ୍ଵାରଫିଟା ପୂର୍ବ ରାତ୍ର ୧୨ ଟାରୁ ୧ଟା, ମଙ୍ଗଳ ଆଳତୀ ରାତ୍ର ୧ଟା ରୁ ରାତ୍ର ୧ଟା ୩୦ ମିନିଟ, ବେଶ, ମଇଲମ, ମର୍ଦ୍ଦନ ଅବକାଶ ରାତ୍ର ୧ଟା ୩୦ ମିନିଟରୁ ୨ଟା, ନଟବର ବେଶ ରାତ୍ର ୨ଟାରୁ ୨ଟା ୩୦ ମିନିଟ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା ବଲ୍ଲଭ ରାତ୍ର ୨ଟା ୩୦ ରୁ ୩ଟା, ସକାଳ ଧୂପ, ବାଳଧୂପ ଓ ମଦନ ମୋହନ ଭୋଗ ରାତ୍ର ୩ ରୁ ୪ଟା, ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ ଭୋର ୪ ଟାରୁ ୫ଟା, ସର୍ବସାଧାରଣ ଦର୍ଶନ ସାହାଣ ମେଲା ଭୋର ୫ଟା ରୁ ରାତ୍ର ୧୨ଟା ୩୦ ମିନିଟ, ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ ଅପରାହ୍ନ ୪ଟା ୩୦ ମିନିଟ ଠାରୁ ଅପରାହ୍ନ ୫ଟା, ସାଧାରଣ ଦର୍ଶନ ଅପରାହ୍ନ ୫ଟାରୁ ରାତ୍ର ୧୨ଟା ୩୦ ମିନିଟ, ପରବର୍ତ୍ତୀ ଦେବନୀତି ଆରମ୍ଭ ଓ ପହୁଡ଼ ଅନୁଷ୍ଠିତ ହେବ।
ସେହିପରି ନଭେମ୍ବର ୨ ତାରିଖ ବଡ ଏକାଦଶୀ ପାଇଁ ଦ୍ବାର ଫିଟା ପୂର୍ବ ରାତ୍ର ୧ଟାରୁ, ମଙ୍ଗଳ ଆଳତୀ, ବେଶ, ମଇଲମ, ମର୍ଦ୍ଦନ ଅବକାଶ ରାତ୍ର ୨ଟା, ଲକ୍ଷ୍ମୀ ନାରାୟଣ ବେଶ ରାତ୍ର ୨ଟାରୁ ରାତ୍ର ୨ଟା ୩୦ ମିନିଟ, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ବଲ୍ଲଭ ରାତ୍ର ୨ଟା ୩୦ ମିନିଟରୁ ରାତ୍ର ୩ଟା, ସକାଳ ଧୂପ, ବାଳ ଧୂପ ଓ ମଦନ ମୋହନ ଭୋଗ ରାତ୍ର ୩ଟାରୁ ୪ଟା, ସେବାୟତ ଓ କର୍ମଚାରୀ ପରିବାର ଦର୍ଶନ ଭୋର ୪ ଟାରୁ ୫ଟା, ସର୍ବସାଧାରଣ ଦର୍ଶନ ସାହାଣ ମେଲା ଭୋର ୫ଟା ଠାରୁ ଅପରାହ୍ନ ୩ଟା, ପାଳିଆ ପରିବର୍ତ୍ତନ ଅପରାହ୍ନ ୩ ଟାରୁ ଅପରାହ୍ନ ୩ଟା ୩୦ ମିନିଟ, ସର୍ବସାଧାରଣ ଦର୍ଶନ ଅପରାହ୍ନ ୩ଟା ୩୦ ମିନିଟରୁ ରାତ୍ର ୧୧ଟା, ପରବର୍ତ୍ତୀ ଦେବନୀତି ଆରମ୍ଭ ଓ ପହୁଡ଼ ଅନୁଷ୍ଠିତ ହେବ ବୋଲି ସେବାୟତ ସଂଘର ସଂପାଦକ ଅବଗତ କରାଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ବିଜୟ