ରେଢ଼ାଖୋଲରୁ ୨୧ଟି ଚୋରା ମୋବାଇଲ ଜବତ : ଜଣେ ଗିରଫ
ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନରେ ଘଟିଥିବା ଦୁଇଟି ମୋବାଇଲ ଦୋକାନରୁ ଚୋରି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ରେଢ଼ାଖୋଲ ସହରର ରାମୁ ବନ୍ଦ୍ରା ନାମକ ଅଭିଯୁକ୍ତକୁ ପୋଲିସ ଗିରଫ କରି ତା ନିକଟରୁ ଓ଼ପ୍ପୋ, ଭିଭୋ, ରିଏଲମି, ମୋଟୋ, ପୋକୋ ଏବଂ ସା
ରେଢ଼ାଖୋଲରୁ ୨୧ଟି ଚୋରା ମୋବାଇଲ ଜବତ : ଜଣେ ଗିରଫ


ସମ୍ବଲପୁର, ୨୯ ଅକ୍ଟୋବର(ହି.ସ.) - ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ଅଧୀନରେ ଘଟିଥିବା ଦୁଇଟି ମୋବାଇଲ ଦୋକାନରୁ ଚୋରି ଘଟଣାରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ରେଢ଼ାଖୋଲ ସହରର ରାମୁ ବନ୍ଦ୍ରା ନାମକ ଅଭିଯୁକ୍ତକୁ ପୋଲିସ ଗିରଫ କରି ତା ନିକଟରୁ ଓ଼ପ୍ପୋ, ଭିଭୋ, ରିଏଲମି, ମୋଟୋ, ପୋକୋ ଏବଂ ସାମସଙ୍ଗ ଭଳି କମ୍ପାନୀର ମୋଟ ୨୧ଟି ଚୋରା ମୋବାଇଲ, ୪ଟି ଚାର୍ଜର ଓ ଗୋଟିଏ ବ୍ଲୁ-ବ୍ଲାକ୍ ବ୍ୟାଗ୍ ଜବତ କରିଛି। ଏହି ଚୋରି ଘଟଣା ଗତ ଏପ୍ରିଲ ୩୦ ତାରିଖ ବିଳମ୍ବିତ ରାତ୍ରିରେ ଘଟିଥିଲା। ଏଥିରେ ମେଡିକାଲ ଛକ ନିକଟରେ ଥିବା ମୋବାଇଲ ଦୋକାନର ଛାତ ଭାଙ୍ଗି କିଛି ଦୁବୃର୍ତମାନେ କିଛି ପୁରୁଣା ମୋବାଇଲ ଓ ଡେସ୍କଟପ୍ ଓ କମ୍ପ୍ୟୁଟର ଚୋରି କରି ନେଇଥିଲେ। ସେହିପରି ଗତ ସେପ୍େଟମ୍ବର ୭ ତାରିଖ ବିଳମ୍ବିତ ରାତିରେ ରେଢ଼ାଖୋଲ ବସ୍‌ଷ୍ଟାଣ୍ଡ ସ୍ଥିତ ଏକ ମୋବାଇଲ ଦୋକାନର ସ୍କାଏ ଲାଇଟ୍ ଭାଙ୍ଗି ଦୁର୍ବୃତମାନେ ଦୋକାନ ଭିତରେ ପ୍ରବେଶ କରି ୩୦ଟି ନାମୀଦାମି କମ୍ପାନୀର ମୋବାଇଲ ଚୋରିକରି ନେଇଯାଇଥିଲେ। ସମସ୍ତ ଚୋରି ସାମଗ୍ରୀର ମୂଲ୍ୟ ପ୍ରାୟ ଦୁଇଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ହୋଇଥିବା ଅଭିଯୋଗ ହୋଇଥିଲା। ଉଭୟ ମୋବାଇଲ ଦୋକାନର ମାଲିକ ହିମାଂଶୁ ନାଗ ଏବଂ ମନ ମୋହନ ବେହେରାଙ୍କ ଏତଲା କ୍ରମେ ଥାନାରେ ପୃଥକ ପୃଥକ ମାମଲା ରୁଜୁ କରାଯାଇଥିଲା। ଥାନାରେ ଅଭିଯୋଗ ହେବା ପରେ ପୋଲିସ ଏହି ପୃଥକ୍ ଚୋରି ଘଟଣାକୁ ଅତି ସନ୍ତର୍ପଣରେ ତଦନ୍ତ କରି ଶେଷରେ ସଫଳ ହୋଇଥିଲା ବୋଲି ଏସଡ଼ିପିଓ ପ୍ରଶାନ୍ତ କୁମାର ମେହେର ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ହିନ୍ଦୁସ୍ଥାନ ସମାଚାର/ଶୈଳେଶ/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande