୨୫୦ କେଜି ଗଞ୍ଜେଇ ଜବତ
ମାଲକାନଗିରି, ୨୯ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁର୍ମାନୁର ଅଞ୍ଚଳରେ କାଲିମେଳା ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗୁରାଲୁର ଗ୍ରାମ ଜଙ୍ଗଲ ନିକଟରେ ୨୫୦ କେଜି ଗଞ୍ଜେଇ ଜବତ କରିଛି । ଅଭିଯୁକ୍ତମାନେ ପୋଲିସ ଟିମ୍ କୁ ଦେଖି ଘଟଣାସ୍ଥଳରୁ ଖସିଯିବାରେ ସଫଳ
୨୫୦ କେଜି ଗଞ୍ଜେଇ ଜବତ


ମାଲକାନଗିରି, ୨୯ ଅକ୍ଟୋବର (ହି.ସ.)- ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ କୁର୍ମାନୁର ଅଞ୍ଚଳରେ କାଲିମେଳା ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ଗୁରାଲୁର ଗ୍ରାମ ଜଙ୍ଗଲ ନିକଟରେ ୨୫୦ କେଜି ଗଞ୍ଜେଇ ଜବତ କରିଛି । ଅଭିଯୁକ୍ତମାନେ ପୋଲିସ ଟିମ୍ କୁ ଦେଖି ଘଟଣାସ୍ଥଳରୁ ଖସିଯିବାରେ ସଫଳ ହୋଇଥିଲେ । ତେବେ କାଲିମେଳା ପୋଲିସ୍ ୧୦ ଟି ପ୍ୟାକେଟ ରେ ୨୫୦ କେଜି ଗଞ୍ଜେଇ ଠାବ କରି ୨୫୭/୨୫ ରେ ମାମଲା ରୁଜୁ କରିବା ସହ ୩ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ ମୁକୁନ୍ଦ ମେଲକା ସୂଚନା ଦେଇଛନ୍ତି ।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande