ଭଦ୍ରକର ଗଣପର୍ବ କାଳୀପୂଜାର ଭସାଣି ଉତ୍ସବ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଗତ ୨୦ ତାରିଖରୁ ଆରମ୍ଭ ୯ଦିନ ଧରି ପାଳିତ ହୋଇଆସୁଥିବା ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜାର ଭସାଣି ଉତ୍ସବ ଆଜି ବାତ୍ୟା ‘ମୋନ୍ଥା’ ଜନିତ ଲଘୁଚାପ ବର୍ଷା ସତ୍ୱେ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ୨୦ ତାରିଖ ରାତିରୁ ଆରମ୍ଭ ହୋଇଥିଲା ମା’ଙ୍କ ପାରମ୍ପରି
BHADRAK KALIPUJA VASANI 2025


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଗତ ୨୦ ତାରିଖରୁ ଆରମ୍ଭ ୯ଦିନ ଧରି ପାଳିତ ହୋଇଆସୁଥିବା ଭଦ୍ରକର ଓଡ଼ିଶା ପ୍ରସିଦ୍ଧ ଐତିହାସିକ କାଳୀପୂଜାର ଭସାଣି ଉତ୍ସବ ଆଜି ବାତ୍ୟା ‘ମୋନ୍ଥା’ ଜନିତ ଲଘୁଚାପ ବର୍ଷା ସତ୍ୱେ ବେଶ୍ ଧୁମ୍‌ଧାମରେ ପାଳିତ ହୋଇଯାଇଛି। ୨୦ ତାରିଖ ରାତିରୁ ଆରମ୍ଭ ହୋଇଥିଲା ମା’ଙ୍କ ପାରମ୍ପରିକ ପୂଜାର୍ଚ୍ଚନା। ସହରର ୯ଟି ସ୍ଥାୟୀ ମଣ୍ଡପରେ ମା’ କାଳୀଙ୍କ ପୂଜା ଅନୁଷ୍ଠିତ ହୋଇଥିବାବେଳେ ପ୍ରଶାସନ ଓ ବିଭିନ୍ନ ପୂଜା କମିଟି କର୍ମକର୍ତାଙ୍କ ମଧ୍ୟରେ ଅନୁଷ୍ଠିତ ପୂର୍ବ ନିର୍ଦ୍ଧାରିତ ବୈଠକର ନିଷ୍ପତି ଅନୁଯାୟୀ ମା’ ଙ୍କ ବିସର୍ଜନ ପର୍ବ ଆରମ୍ଭ ହୋଇଛି। ଚରମ୍ପାର ଟ୍ରାଫିକ୍ କାଳୀ ମେଢ, ପିଡବ୍ଲ୍ୟୁଆଇ ମେଢ, ପଥରକାଳୀ ପାଶ୍ୱର୍ ମେଢ, ହାଇସ୍କୁଲ ବାସନ୍ତୀଦୁର୍ଗା ମେଢ, ଏରେଇଁ ମେଢ, ରାଜଘାଟ ମେଢ ଭଳି ମା’ ଙ୍କର ଭସାଣି ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି। ପାରମ୍ପରିକ ବାଦ୍ୟ ଓ ନାଚ-ଗୀତରେ ମା’ଙ୍କୁ ବିଦାୟୀ ଦିଆଯାଇଛି। ଏଠାରେ ସୂଚନାଯୋଗ୍ୟ କାଳୀପୂଜା ଭଦ୍ରକର ଗଣପର୍ବର ମାନ୍ୟତା ପାଇସାରିଛି। କେବଳ ସହରାଂଚଳ ନୁହେଁ, ଗ୍ରାମାଂଚଳରେ ମଧ୍ୟ ପୂଜା ମାହୌଲ ଜୋରଦାର ଅନୁଭୂତ ହୋଇଥାଏ। ଚଳିତବର୍ଷ ଭଦ୍ରକ ସହରରେ ୯ ଦିନ ଧରି ଅନୁଷ୍ଠିତ ହୋଇ ଚଳଚଂଚଳ ହୋଇଉଠିଥିଲା। ବିଶେଷତଃ ଚରମ୍ପାରେ ପ୍ରତ୍ୟେକ ଦିନ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥାଏ। ମୀନାବଜାର ଠାରୁ ଆରମ୍ଭ କରି ଅପେରା ପ୍ରଦର୍ଶନ ପର୍ଯ୍ୟନ୍ତ ଜିଲାବାସୀ ବେଶ୍ ମଜା ଉଠାଇଥାନ୍ତି। ମୋଟାମୋଟି ଭାବେ ସହରରେ ଏହି ୯ ଦିନ, ରାତି ଏକ ହୋଇଯାଇଥାଏ। ଅପରପକ୍ଷେ ମା’ ଭଦ୍ରକାଳୀ ପୀଠ, ପଥରକାଳୀ ପୀଠ, ଦକ୍ଷିଣେଶ୍ୱର କାଳୀ ପୀଠ ଓ ପୁରୁଣାବଜାର ବାନାର୍ଜୀ ପରିବାର ପକ୍ଷରୁ ବିଧି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ଭସାଣି ଉତ୍ସବକୁ ଲକ୍ଷ୍ୟ କରି ଜିଲା ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande