ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ
ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ହରସିଂହପୁର ଗ୍ରାମର ଜଣେ ଯୁବକଙ୍କର ବୁଧବାର ଅପରାହ୍ନ ୪ଟା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ଗଣେଶ ରାମ ଦାସ (୩୦)ବୋଲି ଜଣାଯାଇଛି । ଗଣେଶ ପୀରହାଟ ବଜାରରେ ଥିବା ତାଙ୍କ ଦୋକାନରେ ବିଦ୍ୟୁ
BIDYUT SANSPARSARE ASI JUBAK MRUTA


ଭଦ୍ରକ, ୨୯ ଅକ୍ଟୋବର (ହି.ସ.) - ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକ ପୀରହାଟ ଥାନା ଅଧୀନ ହରସିଂହପୁର ଗ୍ରାମର ଜଣେ ଯୁବକଙ୍କର ବୁଧବାର ଅପରାହ୍ନ ୪ଟା ବେଳେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ନାଁ ଗଣେଶ ରାମ ଦାସ (୩୦)ବୋଲି ଜଣାଯାଇଛି । ଗଣେଶ ପୀରହାଟ ବଜାରରେ ଥିବା ତାଙ୍କ ଦୋକାନରେ ବିଦ୍ୟୁତ ତାର ସଜାଡୁ ଥିବାବେଳେ ବିଦ୍ୟୁତ ଆଘାତ ପାଇ ଗୁରୁତର ହୋଇଥିଲେ । ପରେ ତାଙ୍କୁ ଚିକିତ୍ସା ନିମନ୍ତେ ତିହିଡି଼ ଡାକ୍ତରଖାନାକୁ ନିଆଯାଇଥିଲା । ପରେ ତାଙ୍କୁ ଭଦ୍ରକ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।ଏହି ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଯୁବକଙ୍କ ମୃତଦେହକୁ ଜବତ କରିଥିବା ଜଣାଯାଇଛି । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ପଂଚାୟତର ଯୁବନେତା କୃଷ୍ଣଚନ୍ଦ୍ର ମହାନ୍ତି,ବସନ୍ତ କୁମାର ରାୟ, କଂଗ୍ରେସ ବ୍ଲକ ସଭାପତି ସରୋଜ ଦାସ,ସରପଂଚ ଅଜୟ ମହାନ୍ତି,ପୂର୍ବତନ ସରପଂଚ ପ୍ରଫୁଲ୍ଲ ପାଢ଼ୀ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି ।ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande